ଏଣିକି ଘରେ ବି ମାସ୍କ ପିନ୍ଧିବାକୁ ପରାମର୍ଶ

ନୂଆଦିଲ୍ଲୀ: ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । କରୋନାକୁ ମାତ ଦେବା ପାଇଁ ଟିକାକରଣ ସହ ମାସ୍କ ଓ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଉଛି । ମାସ୍କକୁ ଭଲଭାବେ ପିନ୍ଧିବା ପାଇଁ ବାରମ୍ବାର କୁହାଯାଉଛି ।  ତେବେ ମାସ୍କକୁ ନେଇ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ପ୍ରଥମେ ଲୋକମାନଙ୍କୁ ବାହାରକୁ ବାହାରିଲା ମାତ୍ରେ ମାସ୍କ ପିନ୍ଧିବାକୁ କୁହାଯାଉଥିବବେଳେ ଏବେ ଘରେ ରହିଲେ ବି ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି ।  ଏହି ପରିପ୍ରେକ୍ଷୀରେ ଡାକ୍ତର ନରେଶ ତ୍ରେହାନ କହିଛନ୍ତି ଯେ,  ପ୍ରଥମ ଲହର ଠାରୁ ୨ୟ ଲହର ୪ ଗୁଣା ଅଧିକ ବେଗରେ ମାତୁଛି ।  ସୁତରାଂ ପ୍ରଥମ ଲହର ଠାରୁ ଏବେ ୪ ଗୁଣା ଅଧିକ ସତର୍କ ହେବା ଦରକାର ।  ବାହାରକୁ ଗଲେ ନିଶ୍ଚିତ ଡବଲ ମାସ୍କ ପିନ୍ଧନ୍ତୁ । ଘରେ ବି ମାସ୍କ ପିନ୍ଧନ୍ତୁ ।  ଘରେ କପଡ଼ା ମାସ୍କ କିମ୍ବା ସର୍ଜିକାଲ ମାସ୍କ ପିନ୍ଧି ସୁରକ୍ଷିତ ରୁହନ୍ତୁ ବୋଲି  ଡାକ୍ତର ନରେଶ ତ୍ରେହାନ କହିଛନ୍ତି । ସେହିପରି ସେ କହିଛନ୍ତି ଯେ, ଅଯଥାରେ ମେଡିକାଲ ଯାଇ ଗହଳି କରନ୍ତୁ ନାହିଁ । ଡାକ୍ତର କହିଲେ ଯାଆନ୍ତୁ ।  ଟିକାକୁ ନେଇ ଶଙ୍କା କରନ୍ତୁ ନାହିଁ । ଜୁଲାଇ ସୁଦ୍ଧା ଟିକା ଉତ୍ପାଦନ ହୋଇସାରିଥିବ । ଅଭାବ ରହିବ ନାହିଁ ।  କୋଭିସିଲ୍ଡ ବ୍ୟବଧାନ ବଢିବା ନେଇ ଏବେ ଦେଶରେ ବିତର୍କ ଲାଗି ରହିଛି ।  ହଟସ୍ପଟ ଜାଗାରେ ବ୍ୟବଧାନ କମ କରିବା ଉଚିତ ବୋଲି ମୋର ମତ ।  ହଟସ୍ପଟ ଅଞ୍ଚଳରେ ବ୍ୟବଧାନ ୬ ସପ୍ତାହ କରାଯିବା ମୋର ମତ । ଟିକା ନେଲା ପରେ ବି କୋଭିଡ ନିୟମ ମାନିବା ନିହାତି ଦରକାର  ବୋଲି ଡାକ୍ତର ନରେଶ ତ୍ରେହାନ କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button