ବର୍ଷା ଦିନେ ଆପଣଙ୍କ କପଡାରୁ ଦୁର୍ଗନ୍ଧ ବାହାରୁଥିଲେ…
ବର୍ଷା ଦିନେ କପଡା ଧୋଇବା ସବୁଠାରୁ ବଡ଼ ଚ୍ୟାଲେଞ୍ଜ । କପଡା ଧୋଇବା, ଶୁଖାଇବା ଓ ଆଇରନ୍ କରିବା ସବୁଠାରୁ ବଡ଼ ଟାସ୍କ । ଏହି ଋତୁରେ କପଡା ଧୋଇବା ପରେ ତାହା ଭଲରେ ଶୁଖି ନଥାଏ । ଫଳରେ ସେଥିରୁ ଦୁର୍ଗନ୍ଧ ବାହାରିଥାଏ । ଏ ପରିସ୍ଥିତିରେ ପ୍ରାୟ ଲୋକ ନିଜେ ସଫା ନ କରିବା କଥା ଭାବିଥାନ୍ତି, ଯାହା ଆଦୌ ଠିକ୍ ନୁହେଁ । କିନ୍ତୁ ଏପରି କିଛି ଟିପ୍ସ ଅଛି ଯାହା ଦ୍ୱାରା ବର୍ଷାରେ କପଡା ଧୋଇବା ପରେ ସେଥିରୁ ଦୁର୍ଗନ୍ଧ ବାହାରି ନଥାଏ ।
-ଯଦି ଆପଣଙ୍କ ୱାଶିଂ ମେସିନ୍ ଫ୍ରଣ୍ଟ ଲୋଡେଡ୍ ହୋଇଥାଏ । ତେବେ ଏହାର ରବର ତଳ ଚେକ୍ କରି ନିଅନ୍ତୁ । ଅନେକ ସମୟରେ ସେଠାରେ ମଇଳା ଜମା ହୋଇ ଗନ୍ଧ ବାହାରିଥାଏ । ଏହାକୁ ସଫା କରି ସେଠାରେ ମାଉଥ୍ୱାଶ୍ ପକାଇ ରଖନ୍ତୁ । ୧୦ ମିନିଟ୍ ପରେ ଏହାକୁ ସଫା କରି ଦିଅନ୍ତୁ । କପଡାରୁ ଆଉ ଦୁର୍ଗନ୍ଧ ବାହାରିବ ନାହିଁ ।
-ୱାଶିଂ ମେସିନ୍ର ଟପ୍କୁ ଠିକ୍ ଭାବେ ସଫା କରିବା ପାଇଁ ବେକିଂ ସୋଢା ଓ ସିର୍କାର ବ୍ୟବହାର କରିପାରିବେ । ଅଧା ଲିଟର ସିର୍କା ଏବଂ ୩ ବଡ଼ ଚାମଚ ବେକିଂ ପାଉଡର ମିଶାଇ ଟପ୍ରେ ପାଣି ଦେଇ ଢାଳି ଦିଅନ୍ତୁ । ଏବେ ୱାଶିଂ ମେସିନ୍କୁ ୨୦/୨୫ ମିନିଟ୍ ଯାଏ ଚାଲୁ କରିଦିଅନ୍ତୁ । ଏପରି କରିବା ଦ୍ୱାରା ଟପ୍ ସଫା ହେବା ସହ ତା’ ଭିତରର ଦୁର୍ଗନ୍ଧକୁ ମଧ୍ୟ ଦୂର କରି ଦେଇଥାଏ ।
-କପଡାକୁ ଆଇରନ୍ କରିବା ପ୍ରାୟ ଲୋକଙ୍କ ପାଇଁ କଷ୍ଟକର କାମ । ସହଜରେ ଆଇରନ୍ କରିବା ପାଇଁ କପଡାକୁ ଠିକ୍ ଭାବେ ଶୁଖାଇବା ବହୁତ ଜରୁରି । ୱାଶିଂ ମେସିନ୍ରେ ସଫା କରି ଶୁଖାଇବା ପରେ କପଡା ବେଶି ଜାକି ହୋଇଯାଇଥାଏ । ସେଥିପାଇଁ କପଡାକୁ ଡ୍ରାୟର୍ରେ ପକାଇବା ସମୟରେ ବରଫ ପକାଇଲେ ସମସ୍ୟା କମ୍ ହୋଇଥାଏ । କପଡାକୁ ଡ୍ରାୟର୍ରେ ପକାଇବା ସମୟରେ ସେଥିରେ ୩/୪ଟା ବରଫ ପକାଇ ଦିଅନ୍ତୁ । ବରଫ ତରଳିବା ଦ୍ୱାରା କପଡା ଷ୍ଟିମ୍ ହେବା ସହ କମ୍ ଜାକି ହୋଇଥାଏ । ଫଳରେ ଆଇରନ୍ କରିବା ସହଜ ହେବ ।
-ବର୍ଷା ଋତୁରେ କପଡା ଶୁଖିବାରେ ଖୁବ୍ ସମସ୍ୟା ଦେଖା ଦେଇଥାଏ । ତେଣୁ ଆପଣ ଏହାକୁ ଡ୍ରାୟର୍ ପକାଇପାରିବେ । ତେବେ ପ୍ରଥମରୁ ଡ୍ରାୟର୍ ତଳେ ଏକ ଶୁଖିଲା ଟାୱେଲ୍ ପକାଇ ଦିଅନ୍ତୁ । ଫଳରେ କପଡା ଶୀଘ୍ର ପାଣି ଟାଣି ନେଇଥାଏ । ଆଉ ଏହି ଦର ଶୁଖିଲା କପଡାକୁ ନେଇ ହାଲ୍କା ସୂର୍ୟ୍ୟକିରଣରେ ପକାଇ ପାରିବେ କିମ୍ବା ପବନ ଆତଯାତ ସ୍ଥାନରେ ମଧ୍ୟ ଶୁଖାଇପାରିବେ ।