ଚେତିଲେ ସରକାର: ଭଙ୍ଗାଯିବ ସମସ୍ତ ବିପଦ ଶଙ୍କୁଳ କୋଠା

ଭୁବନେଶ୍ୱର : କିଛିଦିନ ତଳେ କଟକରେ ଏକ ପୁରୁଣା କୋଠା ଭାଙ୍ଗି କିଛି ଲୋକଙ୍କ ମୃତ୍ୟୁ ହେବା ପରେ ଏହାକୁ ନେଇ ରାଜନୀତି ଜୋର ଧରିଥିଲା । ଏନେଇ ଏବେ ବିଭାଗୀୟମନ୍ତ୍ରୀ ବିଧାନସଭାରେ ଏକ ବଡ଼ ସୂଚନା ଦେଇଛନ୍ତି । ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି l ମନ୍ତ୍ରୀ ଆହୁରି କହିଛନ୍ତି ଯେ, ବର୍ତ୍ତମାନ କମିଟିର ସଦସ୍ୟମାନେ ୱାର୍ଡରୁ ୱାର୍ଡ ବୁଲି ସର୍ଭେ କରୁଛନ୍ତି । ସର୍ଭେ କାମ ଶେଷ ହେଲେ ଚିହ୍ନଟ କରାଯାଇଥିବା କୋଠାଗୁଡିକର ମାଲିକମାନଙ୍କୁ ପ୍ରଥମେ ନୋଟିସ ଦେଇ ତା ପରେ ଭଙ୍ଗାଯିବ ବୋଲି ସେ କହିଛନ୍ତି ।ସୂଚନାଯୋଗ୍ୟ ଯେ, ନଭେମ୍ବର ୮ ତାରିଖରେ ଏକ ପୁରୁଣା କୋଠା ଭାଙ୍ଗିଯିବାରୁ କଟକ ମଣିସାହୁ ଛକ ହାଡିବନ୍ଧୁ ହାଇସ୍କୁଲ ନିକଟରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାସହ ଜଣେ ମହିଳା ଓ ଜଣେ ଶିଶୁ ଗୁରୁତର ହୋଇଥିଲେ । ଘଟଣା ସମ୍ପର୍କରେ ଖବରପାଇ ବକ୍ସିବଜାର ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଚାପି ହୋଇଯାଇଥିବା ସମସ୍ତଙ୍କୁ ଉଦ୍ଧାର କରିଥିଲେ । ଉଭୟ ପରିବାରର ୬ ଜଣ ଘର ବାହାରେ ଥିବାରୁ ସେମାନଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହୋଇଥିଲା । ଏହି ଅଘଟଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଥିଲେ । ମୃତକଙ୍କ ପିଛା ୪ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିବା ସହ ସମସ୍ତ ଆହତଙ୍କ ଉତ୍ତମ ଚିକିତ୍ସା ବ୍ୟବସ୍ଥା‌ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା କହିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button