ପାରାଦ୍ବୀପରେ ନିର୍ମାଣ ହେବ ରାଜ୍ୟର ପ୍ରଥମ କଙ୍କଡ଼ା ଜାଆଁଳ ଉତ୍ପାଦନ କେନ୍ଦ୍ର

ଭୁବନେଶ୍ୱର: ଓଡିଶା କଙ୍କଡା ଚାଷୀଙ୍କ ବହୁ ଦିନର ସ୍ବପ୍ନ ହେବାକୁ ଯାଉଛି ସାକାର । ପାରାଦ୍ବୀପରେ ୨ କୋଟି ୮୧ ଲକ୍ଷ ଟଙ୍କା ବ୍ୟୟ କରାଯାଇ ୫ ଲକ୍ଷ ଉତ୍ପାଦନ କ୍ଷମତା ସମ୍ପନ୍ନ ରାଜ୍ୟର ପ୍ରଥମ କଙ୍କଡ଼ା ଜାଆଁଳ ଉତ୍ପାଦନ କେନ୍ଦ୍ରର ହେବ ନିର୍ମାଣ । ଏହା ଫଳରେ ଓଡ଼ିଶାର କଙ୍କଡା ଚାଷୀଙ୍କୁ ଆଉ କଙ୍କଡ଼ା ଜାଆଁଳ ପାଇଁ ଚେନ୍ନାଇସ୍ଥିତ ରାଜୀବ ଗାନ୍ଧୀ ଜଳଜୀବ କେନ୍ଦ୍ର ଉପରେ ନିର୍ଭର କରିବାକୁ ପଡିବ ନାହିଁ । ସୁଦୂର ଚେନ୍ନାଇରୁ କଙ୍କଡା ଜାଆଁଳ ଆମଦାନୀ ହେତୁ ଚାଷୀ ମାନଙ୍କର ହେଉଥିବା ଅର୍ଥ ଓ ସମୟର ଅପଚୟ ବହୁମାତ୍ରାରେ କମିଯିବ । ସେମାନଙ୍କର ଆର୍ଥିକ ମାନଦଣ୍ଡରେ ଆଖିଦୃଶିଆ ଉନ୍ନତି ଆସିବ । ତାହା ସହିତ କଙ୍କଡା ଚାଷ ପ୍ରତି ଆମ ଲୋକଙ୍କ ଆଗ୍ରହ ବୃଦ୍ଧି ପାଇବ ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ଶ୍ରମିକ ଓ କର୍ମଚାରୀ ରାଜ୍ୟବୀମା ମନ୍ତ୍ରୀ ଶ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଏହି ବହୁ ଆକାଂକ୍ଷିତ ପ୍ରକଳ୍ପର ଚୁକ୍ତିନାମା ସ୍ଵାକ୍ଷରକୁ ଅନୁମୋଦନ କରି ପ୍ରକାଶ କରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button