ଉତ୍ତରାଖଣ୍ଡରେ ବିଭିନ୍ନ ବିକାଶମୂଳକ ଯୋଜନାର ଶିଳାନ୍ୟାସ ଓ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରାଖଣ୍ଡର ପିଥୋରଗଡ଼ ଠାରେ ପ୍ରାୟ ୪୨୦୦ କୋଟି ଟଙ୍କାର ବିିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି। ସେଗୁଡ଼ିକ ମଧ୍ୟରେ ଗ୍ରାମ୍ୟ ବିକାଶ, ସଡ଼କ, ଶକ୍ତି, ଜଳସେଚନ, ପାନୀୟଜଳ, ଉଦ୍ୟାନ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଅନ୍ତର୍ଭୁକ୍ତ। ବିିଭିନ୍ନ ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଉତ୍ତରାଖଣ୍ଡବାସୀଙ୍କ ଅଭୂତପୂର୍ବ ସ୍ନେହ ପ୍ରଦର୍ଶନ ଯୋଗୁ କୃତଜ୍ଞତା ପ୍ରକାଶ କରିବା ସହ ଏ ପ୍ରକାର ଅନାବିଳ ପ୍ରେମ ‘ଗଙ୍ଗାର ସ୍ୱଚ୍ଛ ସଲୀଳ ଧାରା’ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ ଶୌର୍ଯ୍ୟ ଓ ଆଧ୍ୟାତ୍ମିକତାର ମାଟି ଓ ବିଶେଷ କରି ସାହସୀ ମାତୃଶକ୍ତି ପ୍ରତି ନତମସ୍ତକ ହୋଇ ସମ୍ମାନ ଜଣାଇଥିଲେ । ବଦ୍ରୀନାଥ ଧାମରେ ଜୟ ବଦ୍ରୀ ବିଶାଳ ଧ୍ୱନୀରେ ଗଡ଼ୱାଲ ରାଇଫଲ୍ସର ଉତ୍ସାହୀ ଯବାନମାନଙ୍କ ଧ୍ୱନୀ ପ୍ରକମ୍ପିତ ହେଉଥିବା ବେଳେ, ଗଙ୍ଗେଲୀହାଟ କାଳୀ ମନ୍ଦିରର ଘଣ୍ଟ ଧ୍ୱନୀ କୁମାୟୁଁ ରେଜିମେଣ୍ଟ ଯବାନମାନଙ୍କୁ ଉତ୍ସାହିତ କରୁଛି । ମାନସଖଣ୍ଡରେ ପ୍ରଧାନମନ୍ତ୍ରୀ ବୈଦ୍ୟନାଥ, ନନ୍ଦାଦେବୀ, ପୂର୍ଣ୍ଣଗିରି, କସାରଦେବୀ, କଇଁଚିଧାମ, କତ୍ରାମାଲ, ନାନକମାତା, ରୀତା ସାହିବ ଓ ଅସଂଖ୍ୟ ଧାର୍ମିକସ୍ଥଳୀ ଭୂମିର ସାହସ ଓ ଐତିହ୍ୟର ଉଦାହରଣ ଦେଇଥିଲେ। “ଆପଣମାନଙ୍କ ମଧ୍ୟରେ ଉତ୍ତରାଖଣ୍ଡରେ ରହି ମୁଁ ଆଶୀର୍ବାଦ ଲାଭ କରିବା ଭଳି ମନେ କରୁଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ପୂର୍ବରୁ ପ୍ରଧାନନ୍ତ୍ରୀ ପାର୍ବତୀ କୁଣ୍ଡରେ ପୂଜା ଦେବା ସହ ଦର୍ଶନ କରିଥିଲେ। “ମୁଁ ପ୍ରତ୍ୟେକ ଭାରତବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରିବା ସହ ବିକଶିତ ଭାରତକୁ ଶକ୍ତି ଦେବା ପାଇଁ ପ୍ରାର୍ଥନା କଲି। ଯେପରି ଉତ୍ତରାଖଣ୍ଡବାସୀଙ୍କ ସମସ୍ତ ଆକାଂକ୍ଷା ପୂରଣ ହେବ ସେଥିପାଇଁ ମୁଁ ଆଶୀର୍ବାଦ ଭିକ୍ଷା କଲି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ପ୍ରଧାନମନ୍ତ୍ରୀ ତାଙ୍କର ସୈନିକ, କଳାକାର ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହ ଭେଟିବା ବିଷୟ ନେଇ ସେ ସୁରକ୍ଷା, ସମୃଦ୍ଧି ଓ ସଂସ୍କୃତିର ସ୍ତମ୍ଭମାନଙ୍କୁ ଭେଟିଥିବା ପ୍ରକାଶ କରିଥିଲେ। ଏହି ଯୁଗ ଉତ୍ତରାଖଣ୍ଡର ଯୁଗ ହେବ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। “ଆମ ସରକାର ଉତ୍ତରାଖଣ୍ଡବାସୀଙ୍କ ଜୀବନରେ ସୁଖ ସ୍ୱାଚ୍ଛନ୍ଦ୍ୟ ଆଣିବା ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରୁଛି” ବୋଲି ସେ କହିଥିଲେ। ସେ ତାଙ୍କର ଉତ୍ତରାଖଣ୍ଡ ସହ ଦୀର୍ଘଦିନର ଅନ୍ତରଙ୍ଗତା ନେଇ ମଧ୍ୟ ପ୍ରକାଶ କରିଥିଲେ। ନାରୀଶକ୍ତି ବନ୍ଦନ ଅଧିନିୟମକୁ ନେଇ ରାଜ୍ୟର ସମର୍ଥନ ସମ୍ପର୍କରେ ସେ ଅବତାରଣା କରିଥିଲେ।
ଭାରତ ଯେପରି ବିକାଶର ଗତି ବୃଦ୍ଧି କରିଚାଲିଛି ସେ ସମ୍ପର୍କରେ ସେ କହିଥିଲେ । “ସମଗ୍ର ବିଶ୍ୱ ଏବେ ଭାରତ ଓ ଭାରତୀୟମାନଙ୍କ ଅବଦାନକୁ ସ୍ୱୀକୃତି ଦେଇଛି” ବୋଲି ସେ କହିଥିଲେ । ଅତୀତର ଅବସାଦଗ୍ରସ୍ତ ସମୟର ସ୍ମୃତିଚାରଣ ଶ୍ରୀ ମୋଦୀ ବିଶ୍ୱ ମଞ୍ଚରେ ଭାରତର ମଜଭୁତ ଉପସ୍ଥାପନାର ଉଦାହରଣ ଦେବା ସହ ଜି-୨୦ ଶିଖର ସମ୍ମିଳନୀର ପରିଚାଳନା ଯୋଗୁ ଭାରତ ବୈଶ୍ୱିକ ସ୍ତରରେ ପ୍ରଶଂସାଭାଜନ ହୋଇପାରିଛି ବୋଲି କହିଥିଲେ। ଦୀର୍ଘ ଦିନର ବ୍ୟବଧାନ ପରେ ଜନସାଧାରଣ ଏକ ସ୍ଥିର ଓ ମଜଭୁତ ସରକାର ବାଛିଥିବାରୁ ସେ ଜନସାଧାରଣଙ୍କୁ ଏହି ସଫଳତାର ଶ୍ରେୟ ଦେଇଥିଲେ। ତାଙ୍କର ବୈଶ୍ୱିକ ଉପସ୍ଥିତି ୧୪୦ କୋଟି ଭାରତୀୟଙ୍କ ଆସ୍ଥା ଓ ବିଶ୍ୱାସ ଉପରେ ପର୍ଯ୍ୟବସିତ ବୋଲି ଶ୍ରୀ ମୋଦୀ କହିଥିଲେ ।
ଗତ ପାଞ୍ଚ ବର୍ଷ ମଧ୍ୟରେ ୧୩.୫ କୋଟି ଜନସାଧାରଣ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠିଥିବା ବେଳେ, ସେ ସରକାରଙ୍କ ସାମଗ୍ରିକ ଅନ୍ତର୍ଭୁକ୍ତୀକରଣକୁ ଏଥିପାଇଁ ଶ୍ରେୟ ଦେବା ସହ ସମାଜର ସବୁଠାରୁ ଦୂରଦୂରନ୍ତରେ ରହୁଥିବା ବ୍ୟକ୍ତି ମଧ୍ୟ ଯୋଜନାର ସୁଫଳ ପାଉଥିବା ପ୍ରକାଶ କରିଥିଲେ । “ସମଗ୍ର ବିଶ୍ୱ ଚମକ୍ରୃତ ହୋଇଛି” ବୋଲି କହି ୧୩.୫ କୋଟି ବ୍ୟକ୍ତିଙ୍କ ମଧ୍ୟରୁ ଅଧିକାଂଶ ଦୂରଦୂରାନ୍ତ ଓ ପାହାଡ଼ିଆ ଅଞ୍ଚଳର ବୋଲି କହିଥିଲେ । ଭାରତ ନିଜର ସମାର୍ଥ୍ୟକୁ ଆଧାର କରି ଦେଶର ଦାରିଦ୍ର୍ୟ ଉନ୍ମୁଳନ କରାଯାଇପାରିବ ଓ ଏହି ସାଢ଼େ ତେର କୋଟି ବ୍ୟକ୍ତିଙ୍କ ଦାରିଦ୍ର୍ୟ ସୀମାରେଖା ଉପରକୁ ଆସିବା ତାହାର ଉଦାହରଣ ବୋଲି ଶ୍ରୀ ମୋଦୀ କହିଥିଲେ । ପୂର୍ବ ସରକାରଗଣ ‘ଗରିବୀ ହଟାଓ’ ଭଳି ସ୍ଳୋଗାନ ମାନ ଦେଇଥିଲେ ମଧ୍ୟ ମୋଦୀ ହିଁ ଦାୟିତ୍ୱ ଓ ଏହି ବୋଝ ମୁଣ୍ଡ ଉପରକୁ ଦେବା ଦ୍ୱାରା ହିଁ ସମ୍ଭବ କହିଥିବା ସେ ପ୍ରକାଶ କରିଥିଲେ । “ମିଳିମିଶି ଆମେ ଦାରିଦ୍ର୍ୟ ଦୂର କରିପାରିବା” ବୋଲି ସେ ଗୁରୁତ୍ୱଆରୋପ କରିଥିଲେ । ଚନ୍ଦ୍ରଯାନ ଚନ୍ଦ୍ରର ଦକ୍ଷିଣ ପାଶ୍ୱର୍ରେ ସଫଳତାର ସହ ଅବତରଣ କଲା ଓ ଆଗରୁ ବିଶ୍ୱରେ କୌଣସି ଦେଶ ଏପର୍ଯ୍ୟନ୍ତ ଏହା କରିପାରିନାହାନ୍ତି । “ଯେଉଁଠି ଚନ୍ଦ୍ରଯାନ ଅବତରଣ କରିଥିଲା ତାହାର ନାମକରଣ ଶିବଶକ୍ତି ଭାବେ କରାଯାଇଛି ଓ ଉତ୍ତରାଖଣ୍ଡର ବର୍ତ୍ତମାନ ପରିଚୟ ଚନ୍ଦ୍ର ସହିତ ରହିଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଶିବଶକ୍ତି ଯୋଗ ଉତ୍ତରାଖଣ୍ଡର ପ୍ରତ୍ୟେକ ସ୍ଥାନରେ ବିରାଜିତ ବୋଲି ସେ କହିଥିଲେ ।
ପ୍ରଧାନମନ୍ତ୍ରୀ ଭାରତର କ୍ରୀଡ଼ା ନୈପୂଣ୍ୟର ପ୍ରଶଂସା କରି ସବୁଥର ତୁଳନାରେ ସର୍ବାଧିକ ପଦକ ହାସଲ କରିଥିବା ପ୍ରକାଶ କରିଥିଲେ । ଉତ୍ତରାଖଣ୍ଡ ମଧ୍ୟ ଆଠଜଣ କ୍ରୀଡ଼ାବିତଙ୍କୁ ଏସୀୟ କ୍ରୀଡ଼ାକୁ ପଠାଇଥିବା ବେଳେ ଲକ୍ଷ୍ୟ ସେନ ଓ ବନ୍ଦନା କଟାରିଆ ପଦକ ବିଜୟୀ ହୋଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଦର୍ଶକ ମଣ୍ଡଳୀ ମୋବାଇଲ ଫୋନର ଲାଇଟ ଜାଳି ସଫଳତାକୁ ସ୍ୱାଗତ ଜଣାଇଥିଲେ । ଖେଳାଳିମାନଙ୍କୁ ତାଲିମ ଓ ଭିତ୍ତିଭୂମି ସହ ସରକାର ସମ୍ପୂର୍ଣ୍ଣ ସମର୍ଥନ ଯୋଗାଇ ଦେଉଛନ୍ତି । ଆଜି ହାଲଦ୍ୱାନୀରେ ହକି ପଡ଼ିଆ ଓ ରୁଦ୍ରପୁର ଠାରେ ସାଇକେଲ ଚାଳନା ଟ୍ରାକର ଶିଳାନ୍ୟାସ ହୋଇଛି । ଜାତୀୟ କ୍ରୀଡ଼ା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ନିମନ୍ତେ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।