ମେଡିସିନ୍‌ରେ ନୋବେଲ୍ ପୁରସ୍କାର ପାଇବେ ସୁଇଡେନ ବୈଜ୍ଞାନିକ ସ୍ୱାନ୍ତେ ପେବୋ

ନୂଆଦିଲ୍ଲୀ : ୨୦୨୨ ପାଇଁ ନୋବେଲ ପୁରସ୍କାର ହେଲା ଘୋଷଣା I ସ୍ୱିଡେନର ସ୍ୱାନ୍ତେ ପେବୋଙ୍କୁ ଭେଷଜ ବିଜ୍ଞାନରେ ନୋବେଲ ପୁରସ୍କାର ମିଳିବ । ମାନବବିବର୍ତ୍ତନ ସମ୍ପର୍କିତ ଗବେଷଣା ପାଇଁ ତାଙ୍କୁ ୨୦୨୨ ନୋବେଲ୍ ପୁରସ୍କାର ମିଳିବ। ଏନେଇ ସ୍ୱିଡେନର ନୋବେଲ ଫାଉଣ୍ଡେସନ ପକ୍ଷରୁ ଘୋଷଣା କରାଯାଇଛି ।

ବର୍ତ୍ତମାନ ମଣିଷର ଆଦିମ ପିଢ଼ି ନିନଣ୍ଡରଥାଲ ମାନବର ଜିନମ ସୀକ୍ୱେନ୍ସିଂରେ ସେ ସଫଳତା ପାଇଛନ୍ତି । ନିଜର ଯୁଗାନ୍ତକାରୀ ଗବେଷଣା ମାଧ୍ୟମରେ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ସ୍ୱାନ୍ତେ ପେବୋ । ସ୍ୱାନ୍ତେ ସୁଇଡେନ୍‌ରେ ଜଣେ ଜେନେଟିଷ୍ଟ। ସେ ବିକାଶବାଦୀ ଆନୁବଂଶୀକ ସ୍ପେଶାଲିଷ୍ଟ। ହୋମିନିନ୍‌ ଓ ମାନବ ବିକାଶର ଜେନୋମ୍ ସମ୍ବନ୍ଧିତ ରିସର୍ଚ ପାଇଁ ସ୍ୱାନ୍ତେଙ୍କୁ ନୋବେଲ୍ ପୁରସ୍କାର ଦିଆଯାଇଛି। ନୋବେଲ କିମିଟର ସଚିବ ଥୋମାସ ପେର୍ଲମ୍ୟାନ୍ ଓ ଷ୍ଟକହୋମ, ସ୍ୱିଡେନ୍‌ର କ୍ୟାରୌଲିନସ୍କା ଇନ୍‌ଷ୍ଟିଚ୍ୟୁଟରେ ସୋମବାର ବିଜେତା ଘୋଷଣା କରାଯାଇଛି।

ସେହିପରି ଏକ ଅଜଣା ଆଦିମାନବ ଡେନିସୋଭା ଉପରେ ଚାଞ୍ଚଲ୍ୟକର ଉଦ୍ଭାବନ କରିଛନ୍ତି । ଏହି ଆଦିମାନବରୁ ବର୍ତ୍ତମାନ ବିଲୁପ୍ତ ଆଦିମାନବ ଓ ପରେ ମଣିଷକୁ ଗୁଣସୂତ୍ର ସ୍ଥାନାନ୍ତର ହୋଇଛି । ଆସନ୍ତାକାଲି ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା ହେବ । COVID ମହାମାରୀ ସମୟରେ ଚିକିତ୍ସା ବିଜ୍ଞାନ ଚ୍ୟାଲେଞ୍ଜିଙ୍ଗ ସ୍ଥିତିରେ ଥିବା ବେଳେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ମଙ୍ଗଳବାର ଘୋଷଣା କରାଯିବ। ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ବୁଧବାର ଏବଂ ସାହିତ୍ୟରେ ଗୁରୁବାର ଘୋଷଣା କରାଯିବ।

ସୂଚନାଯୋଗ୍ୟ, ଉଦ୍‌ଭାବକ ଆଲ୍‌ଫ୍ରେଡ୍‌ ନେବେଲ୍‌ଙ୍କ ଇଚ୍ଛାକୁ ଆଧାର କରି ମାନବଜାତିର ପ୍ରଭୁତ୍ବ ଉନ୍ନତି କ୍ଷେତ୍ରରେ କାର୍ଯ୍ୟ କରୁଥିବା ନରନାରୀ ଓ ସଙ୍ଗଠନଗୁଡ଼ିକୁ ୧୯୦୧ ମସିହାରୁ ଏହି ପୁରସ୍କାର ପ୍ରଦାନ କରାଯାଉଛି। ବିଭିନ୍ନ କ୍ଷେତ୍ରରେ ଦିଆଯାଉଥିବା ଏହି ପୁରସ୍କାର ସ୍ୱିଡେନ୍‌ର କରୋଲିନସ୍କା ସଂସ୍ଥାନ ପକ୍ଷରୁ ଦିଆଯାଉଛି। ପୁରସ୍କାର ରାଶି ଭାବରେ ବିଜେତାଙ୍କୁ ୧୦ ମିଲିୟନ ସ୍ୱିଡେସନ କ୍ରାଉନ୍ସ ଦିଆଯାଇଥାଏ। ତା ସହିତ ଆଲ୍‌ଫ୍ରେଡ ନୋବେଲ୍ ଥିବା ଏକ ପଦକ ଦିଆଯାଇଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button