ମାର୍ଶାଘାଇରେ ଗୁଳିମାଡ଼, ଜଣେ ଗୁରୁତର

ଭୁବନେଶ୍ବର: ଉପଆରକ୍ଷୀ ଅଧୀକ୍ଷକ ଭାବେ ପଦୋନ୍ନତି ପାଇଥିବା ବରିଷ୍ଠ ଇନ୍ସପେକ୍ଟର ଜ୍ୟୋତିରଞ୍ଜନ ସାମନ୍ତରାୟ ମାର୍ଶାଘାଇ ଥାନା ଛାଡ଼ିବାର ୨୪ଘଣ୍ଟା ନପୂରୁଣୁ ମାର୍ଶାଘାଇରେ ଗୁଳି ଫୁଟିଛି । ମାର୍ଶାଘାଇ ଧୀରେ ଧୀରେ ଅଶାନ୍ତ ହୋଇପଡୁଥିବା ଦେଖାଯାଇଛି । ପୂର୍ବତନ ମାର୍ଶାଘାଇ ଥାନାଧିକାରୀ ଶ୍ରୀ ସାମନ୍ତରାୟଙ୍କ ସମୟରେ ଏରିଆ ଛାଡ଼ିଦେଇଥିବା ଅପରାଧୀମାନେ ଶ୍ରୀ ସାମନ୍ତରାୟ ମାର୍ଶାଘାଇ ଛାଡ଼ିବାର ୨୪ଘଣ୍ଟା ନପୂରୁଣୁ ବନ୍ଧୁକରୁ ଗୁଳି ଫୁଟାଇ ଜଣେ ଠିକାଦାରଙ୍କ ସୁପରଭାଇଜରଙ୍କୁ ମରଣାନ୍ତଙ୍କ ଆକ୍ରମଣ ଘଟଣା ସାଧାରଣରେ ଭୟର ବାତାବରଣ ସୃଷ୍ଟି କରିଛି । ଶ୍ରୀ ସାମନ୍ତରାୟଙ୍କୁ ବିରୋଧ କରୁଥିବା ଲୋକ ବି ଏବେ ଶ୍ରୀ ସାମନ୍ତରାୟଙ୍କ ମାର୍ଶାଘାଇରେ ଉପସ୍ଥିତି ସମୟରେ ସୁରକ୍ଷିତ ଥିବା କହୁଛନ୍ତି । ମାର୍ଶାଘାଇ ଥାନା ଅନ୍ତର୍ଗତ ମଙ୍ଗଳାଛକରେ ଏକ ବୁଲେଟରେ ଆସି ଦୁଇଜଣ ଦୁର୍ବୃତ୍ତ ଜନୈକ ଠିକାଦାରଙ୍କ ସୁପରଭାଇଜର ଥିବା ଜଗତସିଂହପୁର ଜିଲ୍ଲାର ମହିରା ଗ୍ରାମର ଯୁବକ ଶକ୍ତିଚନ୍ଦନ ମହାନ୍ତିଙ୍କୁ ଶନିବାର ସନ୍ଧ୍ୟାରେ ଗୁଳିକରି ଫେରାର ହୋଇଯାଇଛନ୍ତି । ଶକ୍ତିଚନ୍ଦନଙ୍କ ପେଟରେ ଗୁଳି ବାଜିଥିବା ବେଳେ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସଙ୍ଗେ ସଙ୍ଗେ ଶ୍ୟାମଗୁଡିଆସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରାଯାଇଥିଲା । ଖବରପାଇ ମାର୍ଶାଘାଇ ଥାନା ପୋଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିବା ପରେ ଗୁରୁତ୍ତର ଶକ୍ତିଚନ୍ଦନଙ୍କୁ ଅଧିକ ଚିକିତ୍ସା ନିମନ୍ତେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରିଦିଆଯାଇଛି ।

Related Articles

Leave a Reply

Your email address will not be published.

Back to top button