ମେ’୧ରୁ ନନ୍ଦନକାନନ ବନ୍ଦ

ଭୁବନେଶ୍ୱର: ଆସନ୍ତା ମେ’ ୧ ତାରିଖରୁ  ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବନ୍ଦ ରହିବ ।  ନନ୍ଦନକାନନ ସହ ବଟାନିକାଲ ଗାର୍ଡେନ ମଧ୍ୟ ବନ୍ଦ ରହିବ ।  ମେ’ ୧ରୁ ମେ’ ୧୫ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଆଜି ଘୋଷଣା କରାଯାଇଛି ।  କରୋନା ସଂକ୍ରମଣ ବଢୁଥିବାରୁ ବନ୍ଦ ରଖିବା ପାଇଁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ପ୍ରକାଶ ଯେ, ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି ।  ବଢୁଛି କରୋନାର କାୟା ।  ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ  ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି ।  

ଯାହାକୁ ଦୃଷ୍ଟିରେ ରଖି ବିଭିନ୍ନ କ୍ଷେତ୍ରରେ କଟକଣା ଜାରି କରାଯାଉଛି । କେଉଁଠି ଦୋକାନ ବଜାର ବନ୍ଦ କରାଯାଇଥିବାବେଳେ କେଉଁଠି ଯାନବାହାନ ଉପରେ କଟକଣା ଲଗାଯାଉଛି । ତେବେ ଏହାରି ଭିତରେ କରୋନା ସଂକ୍ରମଣ ପାଇଁ ନନ୍ଦନକାନନକୁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି ।   ଗତ ୨୦୨୦ରେ ବର୍ଦ୍ଧିତ କରୋନା ସଂକ୍ରମଣ କାରଣରୁ ଲାଗୁ ହୋଇଥିବା ଲକଡାଉନ ପରେ ଅକ୍ଟୋବର ୪ ତାରିଖରେ ନନ୍ଦନକାନନ ଖୋଲିଥିଲା।

Related Articles

Leave a Reply

Your email address will not be published.

Back to top button