ମାସ୍କ ଓ ପିପିଇ କିଟ କିଣାରେ ଦୁର୍ନୀତି ହୋଇନି: ଲୋକାୟୁକ୍ତ

ଭୁବନେଶ୍ୱର:  ବହୁଚର୍ଚ୍ଚିତ ମାସ୍କ ଓ ପିପିଇ କିଟ୍ ଦୁର୍ନୀତି ମାମଲାରେ ଲୋକାୟୁକ୍ତ ରାଜ୍ୟ ସରକାରଙ୍କୁ  କ୍ଲିନଚିଟ୍ ଦେଇଛନ୍ତି। ମାସ୍କ ଓ ପିପିଇ କିଟ କିଣା ମାମଲାରେ ପୂର୍ଣ୍ଣଛେଦ ପକାଇଲେ ଲୋକାୟୁକ୍ତ । ଭିଜିଲାନ୍ସ ରିପୋର୍ଟ ଆଧାରରେ ଦୁର୍ନୀତି ହୋଇ ନଥିବା କହିଲେ ଲୋକାୟୁକ୍ତ । ଆଜି ତିନି ଜଣିଆ ବେଞ୍ଚ ମାସ୍କ ଓ ପିପିଇ କିଟ କିଣା ମାମଲାରେ ଶୁଣାଣି କରିଥିଲେ ।  ଏହି ମାମଲାରେ  ମାର୍ଚ୍ଚ ୧୬ରେ ପ୍ରାଥମିକ ରିପୋର୍ଟ ଦାଖଲ କରିଥିଲା ଭିଜିଲାନ୍ସ। ଏହି ରିପୋର୍ଟ ଆଧାରରେ ପିଟିସନରଙ୍କ ଉପସ୍ଥିତିରେ ମାମଲାର  ଶୁଣାଣି ହୋଇଛି। ଭିଜିଲାନ୍ସଙ୍କ ରିପୋର୍ଟ ତର୍ଜମା ପାଇଁ ଦେଇ ନଥିବାରୁ ଅସନ୍ତୋଷ ବ୍ୟକ୍ତ କଲେ ସୁଦର୍ଶନ ଦାସ ଓ ସୁଶାନ୍ତ ପାଢ଼ୀ । ଲୋକାୟୁକ୍ତଙ୍କ ରାୟକୁ ଏକ ପାଖିଆ ବୋଲି କହିଲେ ଅଭିଯୋଗକାରୀ ।  ହାଇକୋର୍ଟକୁ ଯାଇ ଆଇନଗତ ଲଢେଇ ଲଢ଼ିବେ ବୋଲି ଅଭିଯୋଗକାରୀ କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button