ଧରାପଡ଼ିଲା ହାଇଦର

କଟକ : ଗ୍ୟାଙ୍ଗଷ୍ଟାର ହାଇଦର ଫେରାର ଓ ଗିରଫ ଘଟଣାରେ ପ୍ରେସମିଟ୍ କରି ସୂଚନା ଦେଲେ ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ। ଦୁର୍ଦ୍ଦାନ୍ତ ଅପରାଧୀ ହାଇଦରକୁ ଧରିବା ପାଇଁ ୧୨୦ ଘଣ୍ଟାର ଅପରେଶନ ବିଷୟରେ ବଖାଣିଛନ୍ତି ସିପି। ସେ କହିଛନ୍ତି ଯେ, ମାର୍ଚ୍ଚ ୨୩ରୁ ସମ୍ବଲପୁର ଜେଲରୁ ଏସସିବି ଆସିଥିଲା ହାଇଦର୍। ଗତ ଏପ୍ରିଲ ୧୦ରେ କଟକ ଏସସିବି ମେଡିକାଲରୁ ଗାର୍ଡଙ୍କୁ ଚକମା ଦେଇ ହାଇଦର୍ ଖସି ଯାଇଥିଲା। ଏପ୍ରିଲ ୧୧ରେ ଆମ ପାଖରେ ଖବର ପହଞ୍ଚିଥିଲା। ରାଜ୍ୟ ବାହାରକୁ ଚାଲି ଯାଇଥିବା ନେଇ ସୁରାକ ମିଳିଥିଲା। ଏହାପରେ ଅପରେଶନ ହାଇଦର ଆରମ୍ଭ ହୋଇଥିଲା। ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଆନ୍ଧ୍ର, ତେଲେଙ୍ଗାନା, ଝାଡଖଣ୍ଡ ପୋଲିସ ସହ ଯୋଗାଯୋଗ କରିଥିଲୁ। ଆନ୍ଧ୍ର, ତେଲେଙ୍ଗାନାକୁ ହାଇଦର ଯାଇଥିବା ସୂଚନା ମିଳିଥିଲା। ଟେକ୍ନିକାଲ ସର୍ଭେଲାନ୍ସରୁ ଏହି ତଥ୍ୟ ମିଳିଥିଲା। ପୁରୁଣା କଣ୍ଟାକ୍ଟକୁ ଟ୍ରେସିଂ କରାଯାଇଥିଲା। ଏସସିବିରୁ ବାଇକ୍ ଯୋଗେ ଫେରାର୍ ହୋଇଥିଲା ହାଇଦର୍। ପରେ ଗୋଟିଏ କାର୍ ଯୋଗେ ସିଧାସଳଖ ସେ ତେଲେଙ୍ଗାନା ଯାଇଥିଲା। ହାଇଦରର ସହଯୋଗୀ ୟାକୁବକୁ ଗିରଫ କରାଯାଇ ପଚରାଉଚୁରା କରାଯାଇଥିଲା। ଆଇଆଇସି ବାଦାମବାଡି ଓ ଆଇଆଇସି ଚାଉଳିଆଗଞ୍ଜଙ୍କ ନେତୃତ୍ଵରେ ୨ଟି ଟିମ୍ ତେଲେଙ୍ଗାନା ପଠାଯାଇଥିଲା। ଆନ୍ଧ୍ର, ତେଲେଙ୍ଗାନାକୁ ଏକ ସ୍ଵତନ୍ତ୍ର ଟିମ୍ ପଠାଯାଇଥିଲା। ଅନ୍ୟ ଟିମ୍ ମହାରାଷ୍ଟ୍ର ଓ ଝାରଖଣ୍ଡକୁ ପଠାଯାଇଥିଲା। ଗତକାଲି ହାଇଦ୍ରାବାଦର ସିଙ୍ଗାରେଡିରୁ ହାଇଦରକୁ ଗିରଫ କରାଯାଇଥିଲା। ତେଲେଙ୍ଗାନା ପୋଲିସର ସହାୟତାରେ ହାଇଦରକୁ ଗିରଫ କରାଯାଇଛି। ହାଇଦର ସହ ଲିଙ୍କରେ ଥିବା ୭ ଜଣଙ୍କୁ ପଚରାଉଚୁରା କରାଯାଉଛି। ଆଗାମୀ ଦିନରେ ହାଇଦରକୁ ରିମାଣ୍ଡରେ ଆଣି ଆହୁରି ଅଧିକ ତଥ୍ୟ ବାହାର କରାଯିବ ବୋଲି ସିପି କହିଛନ୍ତି।

Related Articles

Leave a Reply

Your email address will not be published.

Back to top button