‘ଟିକା ଦର ଅଧିକ, ସରକାରୀ ଓ ଘରୋଇ ଦର ସମାନ ହେଉ’

ଭୁବନେଶ୍ୱର:  ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି ।  ବଢୁଛି କରୋନାର କାୟା ।  ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ  ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି ।   ଆସନ୍ତା ମେ ୧ ତାରିଖରୁ  ୧୮ ବର୍ଷରୁ  ଉର୍ଦ୍ଧମାନଙ୍କୁ ଟିକା ଦିଆଯିବ ।  ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଟିକା ଦର ଅଧିକ ଥିବାବେଳେ ସରକାରୀ ଓ ଘରୋଇ ଦର ସମାନ କରିବା ଉଚିତ ବୋଲି  ଘରୋଇ ହସ୍ପିଟାଲ ସଂଘ ସମ୍ପାଦକ କହିଛନ୍ତି । ସେ କହିଛନ୍ତି ଯେ, କୋଭିସିଲ୍ଡ ଟିକା ୬୦୦ ଟଙ୍କା ଅଛି । ତାହା ୭୦୦ କି ୭୫୦ ଟଙ୍କା ପଡ଼ିବ ।  ୧୨୦୦ ଟଙ୍କା ଦର ଥିବା କୋଭାକ୍ସିନ ଟିକା ୧୩୦୦ କି ୧୩୫୦ ପଡ଼ିବ ।  ତେଣୁ ଘରୋଇ ହସ୍ପିଟାଲ ଅପେକ୍ଷା ସରକାରୀ ହସ୍ପିଟାଲରେ ଲୋକେ ଅଧିକ ଟିକା ନେବେ ।  କେତେ ଲୋକ ଟିକା ନେବେ ପୂର୍ବରୁ ଜଣାଇବା ପରେ ଆମେ ଟିକା ଆଣିବୁ ।  ୨୦ ଟିକିଆ ଭାଇଲ ଯୋଗୁଁ ୨୦ ଜଣ ଲକାଠି ହେଲେ ହିଁ ଆମେ ଟିକା ଦେବୁ ।  ତେଣୁ ସିଙ୍ଗଲ ଡୋଜ ବା ଆମ୍ପୁଲ ଟିକା ଆସିଲେ ଭଲ ହେବ ବୋଲି ଘରୋଇ ହସ୍ପିଟାଲ ସଂଘ ସମ୍ପାଦକ କହିଛନ୍ତି । ପ୍ରକାଶ ଥାଉକି, କରୋନା ପ୍ରତିଷେଧକ ଟିକା କୋଭାକ୍ସିନର ମୂଲ୍ୟ ଧାର୍ୟ୍ୟ କରିଛି ଭାରତ ବାୟୋଟେକ୍। ସରକାରୀ ଓ ଘରୋଇ ହସ୍ପିଟାଲ ପାଇଁ ଦୁଇଟି ପୃଥକ ଦର ଧାର୍ୟ୍ୟ କରିଛି କମ୍ପାନୀ। ରାଜ୍ୟ ସରକାରଙ୍କୁ ଡୋଜ୍ ପିଛା ୬୦୦ ଟଙ୍କାରେ ଟିକା ଦିଆଯିବା ବେଳେ ଘରୋଇ ହସ୍ପିଟାଲ ପାଇଁ ଏହା ୧୨୦୦ ଟଙ୍କା ଧାର୍ୟ୍ୟ କରାଯାଇଛି। ସେହିପରି ସେରମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ଏସ୍‌ଆଇଆଇ) ପକ୍ଷରୁ ‘କୋଭିସିଲ୍ଡ’ ଟିକାର ମୂଲ୍ୟ ମଧ୍ୟ ଧାର୍ୟ୍ୟ କରାଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ପ୍ରତି ଡୋଜ ମୂଲ୍ୟ ୪୦୦ ଟଙ୍କା ରଖାଯାଇଥିଲା ବେଳେ ବେସରକାରୀ ହସ୍ପିଟାଲ ପାଇଁ ୬୦୦ ଟଙ୍କା ରଖାଯାଇଛି ।

Related Articles

Leave a Reply

Your email address will not be published.

Back to top button