ସାର୍ଥକଙ୍କୁ ନ ପାଇ ଓଡ଼ିଶା ଫେରିଲେ ମା’-ମାମୁ

ଭୁବନେଶ୍ବର: ମଝି ସମୁଦ୍ରରେ ନିଖୋଜ ହୋଇଯାଇଥିବା ୨୨ ବର୍ଷୀୟ ସାର୍ଥକ ମହାପାତ୍ର ଓରଫ ରାହୁଲଙ୍କ ଏଯାଏ ସନ୍ଧାନ ମିଳିପାରୁନାହିଁ । ଏହାରି ଭିତରେ ଡେକ୍ କ୍ୟାଡେଟ୍ ସାର୍ଥକ ନିଖୋଜ ହେବା ଘଟଣାକୁ ୨ ସପ୍ତାହ ବିତିଛି । ଏପଟେ ସାର୍ଥକଙ୍କ ଫେରିବା ବାଟକୁ ପରିବାର ଓ ସମ୍ପର୍କୀୟ ଚାହିଁରହିଛନ୍ତି । ତେବେ ସାର୍ଥକଙ୍କୁ ଖୋଜିବାକୁ ସିଙ୍ଗାପୁର ଯାଇଥିବା ମା’ ରଶ୍ମିତା ସାହୁ ଓ ମାମୁ ସନ୍ତୋଷ ସାହୁ ନିରାଶ ହୋଇ ଆଜି (ମଙ୍ଗଳବାର) ସକାଳ ସମୟରେ ଓଡିଶା ଫେରିଛନ୍ତି । ଏକମାତ୍ର ପୁଅ ସାର୍ଥକଙ୍କୁ ନ ପାଇ ରଶ୍ମିତା ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଥିଲା । ତେବେ ଜାହାଜରେ ଖୋଜାଖୋଜି ସମୟରେ ଆଙ୍ଗ୍ଲୋ ଇଷ୍ଟର୍ନ ସିିପିଂ କମ୍ପାନୀ ସହଯୋଗ କଲାନାହିଁ ବୋଲି ଅଭିଯୋଗ ହୋଇଛି ।



