ବିରୋଧୀ ଦଳର ନେତାମାନେ ମିଛ କହୁଛନ୍ତି: ନବୀନ

ଭୁବନେଶ୍ବର:ବିରୋଧୀ ଦଳର ନେତାମାନେ ମିଛ କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ତେଣୁ ସେମାନଙ୍କୁ ବିଶ୍ୱାସ ନ କରି ବିଜେଡି ପ୍ରାର୍ଥୀଙ୍କୁ ଭରସିବା ସହ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚଳିତ ନିର୍ବାଚନରେ ସମ୍ବଲପୁରରେ ସାଂସଦ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଏହାପୂର୍ବରୁ ପ୍ରଣବଙ୍କ ନାମାଙ୍କନପତ୍ର ଦାଖଲ ଦିନ ମଧ୍ୟ ତାଙ୍କର ବିଜୟ ପାଇଁ ଶୁଭେଚ୍ଛା ଜଣାଇଥିଲେ ନବୀନ ପଟ୍ଟନାୟକ। ଯୋଡି ଶଙ୍ଖଳରେ ଭୋଟ ଦେବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ। ସମ୍ବଲପୁର ପିଏଚଡି ପଡିଆରେ ବିଶାଳ ଜନସଭାରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକସଭା ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଆଶୀର୍ବାଦ ଲୋଡିଛନ୍ତି ନବୀନ। ମୁଖ୍ୟମନ୍ତ୍ରୀ ଭଲ କି ନାହିଁ ଲୋକଙ୍କୁ ପ୍ରଶ୍ନ ପଚାରିଥିଲେ। ମାଆ ସମଲେଇ ପରିକ୍ରମା ପ୍ରକଳ୍ପ ଭଲ ହୋଇଛି କି ନାହିଁ ପଚାରିଛନ୍ତି। ବିଜେଡି ସରକାର ମାଗଣା ବିଜୁଳି ଦେବେ । ଜୁଲାଇ ମାସରୁ ବିଜୁଳି ବିଲ୍ ଆସିବ ନାହିଁ।

Related Articles

Leave a Reply

Your email address will not be published.

Back to top button