ମଧ୍ୟପ୍ରାଚ୍ୟରେ ପୁଣି ଉତ୍ତେଜନା: ଲେବାନନ ଉପରେ ଭୟଙ୍କର ଆକ୍ରମଣ

ୱାଶିଂଟନ୍: ଆମେରିକା-ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣାର ୨୪ ଘଣ୍ଟା ନପୂରୁଣୁ ପୁଣିଥରେ ମଧ୍ୟପ୍ରାଚ୍ୟରେ ପୁଣି ଉତ୍ତେଜନା ଦେଖାଯାଇଛି । ଇସ୍ରାଏଲ୍ ଲେବାନନ ଉପରେ ଆକ୍ରମଣ ଜାରି ରଖିଛି । ଏହି ଆକ୍ରମଣରେ ୨୫୪ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଏକହଜାରରୁ ଉର୍ଦ୍ଧ୍ୱ ଲୋକେ ଆହତ ହୋଇଥିବାର ସୂଚନା ରହିଛି । ଅପରପକ୍ଷେ ଲେବାନନ ଉପରେ ଇସ୍ରାଏଲର ନିରନ୍ତର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି । ସ୍ଥାନୀୟ ପ୍ରତିଶୋଧମୂଳକ ପଦକ୍ଷେପ ନେଇ, ଇରାନ ହର୍ମୁଜ ପ୍ରଣାଳୀ ଦେଇ ତେଲ ଟ୍ୟାଙ୍କରଗୁଡ଼ିକର ପଥକୁ ଅବରୋଧ କରିଛି। ଏହି ସମୟରେ ହିଜବୋଲା ମଧ୍ୟ ଚେତାବନୀ ଦେଇଛି ଯେ, ଯଦି ଲେବାନନକୁ ଯୁଦ୍ଧବିରତି ଚୁକ୍ତିନାମାରେ ଅନ୍ତର୍ଭୁକ୍ତ କରା ନ ଯାଏ, ତେବେ ଏହି ଚୁକ୍ତି ଭାଙ୍ଗିପାରେ। ଯଦି ଇସ୍ରାଏଲ ଏହାର ଆକ୍ରମଣ ଜାରି ରଖେ, ତେବେ ଏହା ପ୍ରତିଶୋଧର ସମ୍ମୁଖୀନ ହେବ ବୋଲି ସଂଗଠନ କହିଛି।



