ନଦୀରୁ ମିଳିଲା ମୁଣ୍ଡ ବିହୀନ ଶବ, ଦୁଇ ଦିନ ତଳେ ନିଖୋଜ ହେଇଥିଲେ ଗଣିତ ଶିକ୍ଷକ

କେନ୍ଦ୍ରାପଡା /ରାଜକନିକା : ରାଜକନିକା ଶିଶୁଆ ଗାଁର ହରିହର ସ୍ୱାଇଁ ନାମକ ଜଣେ ବ୍ୟକ୍ତି ଗତ ଦୁଇ ଦିନ ତଳୁ ନିଖୋଜ ଥିଲେ |ଆଜି ତାଙ୍କର ମୃତଦେହ ରାଜକନିକା ମହୁରୀଗାଁ ନିକଟସ୍ଥ ବୈତରଣୀ ନଦୀରୁ ଭାସୁଥିବାର ଦେଖିବାକୁ ମିଳିଛି | ତେବେ ହରିହର ଜଣେ ଭଲ ଗଣିତ ଟିୟୁସନ ସାର ଭାବରେ ରାଜକନିକା ଅଞ୍ଚଳରେ ବେଶ ପରିଚିତ ଥିଲେ |

ତେବେ ପରିବାର ଲୋକଙ୍କ କହିବା ମୁତାବକ, ସେ ମାନସିକ ଭାରସାମ୍ୟ ହରାଇ ଦୁଇଦିନ ତଳୁ କେଉଁଆଡ଼େ ଚାଲି ଯାଇଥିଲେ |ଏନେଇ ପରିବାର ପକ୍ଷରୁ ରାଜକନିକା ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଥିଲା | ତେବେ ଆଜି ତାଙ୍କ ମୃତ ଦେହ ମିଳିବା ଏବଂ ମୃତ ଦେହରେ ମୁଣ୍ଡ ନଥିବା ଦେଖି ଏହି ମୃତ୍ୟୁର କାରଣ ବିଭିନ୍ନ ଦିଗକୁ ଇସାରା କରୁଛି | କେହି କେହି ଭିନ୍ନ ମତ ମଧ୍ୟ ଦେଉଛନ୍ତି | ଟିୟୁସନ ଶିକ୍ଷକ ନଦୀକୁ ଶୌଚ କରିବାକୁ ଯାଇ କୁମ୍ଭୀର ଆକ୍ରମଣରେ ମୁଣ୍ଡ ନଥିବା ଅନୁମାନ କରାଯାଉଛି | ତେବେ ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ମୃତ ଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଥିବା ସୂଚନା ଦେଇଛି |

Related Articles

Leave a Reply

Your email address will not be published.

Back to top button