ତୈଳଦର ବୃଦ୍ଧି ପ୍ରତିବାଦରେ ପେଟ୍ରୋଲ ଟାଙ୍କି ଆଗରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ତୈଳ ଦର ବୃଦ୍ଧି ପ୍ରତ୍ୟାହାର ଦାବିରେ କଂଗ୍ରେସର ପ୍ରତିବାଦ । ସାରା ରାଜ୍ୟରେ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ୪ ଘଂଟା ପାଇଁ ସମସ୍ତ ପେଟ୍ରୋଲ ପମ୍ପ ଆଗରେ କଂଗ୍ରେସ ପକ୍ଷରୁ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ । ତେଲ ଦର ନକମିଲେ ଆଗକୁ ଆହୁରି ଜୋରଦାର ଆନ୍ଦୋଳନ କରାଯିବ ବୋଲି କଂଗ୍ରେସ ଚେତାବନୀ ଦେଇଛି  ।

କେନ୍ଦ୍ରାପଡା: କେନ୍ଦ୍ର ସରକାରଙ୍କ ଆହେତୁକ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଓ ରନ୍ଧନ ଗ୍ୟାସ୍ ପ୍ରତିବାଦରେ ଆଜି କେନ୍ଦ୍ରାପଡା ଜିଲ୍ଲାର ଆଳି ଓ ରାଜକନିକା ବ୍ଲକ କଂଗ୍ରେସ କମିଟି ପକ୍ଷରୁ ବିରାଟ ଗଣଧାରଣା କରାଯାଇଥିଲା | ଏହି ଗଣଧାରଣା ସ୍ଥାନୀୟ କଟକ ଚାନ୍ଦବାଲି ମୁଖ୍ୟ ରାଜପଥକୁ ସଂଯୋଗ କରୁଥିବା କଣ୍ଟପଡା ବଜାରଏବଂ ଓସ୍ତିଆ ପେଟ୍ରୋଲ ପମ୍ପ ସମ୍ମୁଖରେ କରାଯାଇଛି | ଏଥିରେ ଆଳି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଦେବେନ୍ଦ୍ର ନାଥ ଶର୍ମା, ମଙ୍ଗୁଳି ଚରଣ ବେହେରା, ଶରତ ରାଉତ, ସତ୍ୟପ୍ରିୟ ପରିଡା, କ୍ଷୀରୋଦ କୁମାର ବେହୁରିଆ ପ୍ରମୁଖ ଦଳୀୟ କର୍ମୀ ଉପସ୍ଥିତ ଥିଲେ | ସକାଳ ୭ ଟାରୁ ଦିନ ୧୧ ଟା ପର୍ଯ୍ୟନ୍ତ ଏହି ଗଣଧାରଣା ଦେଇଥିଲେ କଂଗ୍ରେସର କର୍ମକର୍ତ୍ତାମାନେ |

Related Articles

Leave a Reply

Your email address will not be published.

Back to top button