ଖରଶ୍ରୋତା ନଦୀରୁ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର

କେନ୍ଦ୍ରାପଡା / ରାଜକନିକା : କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ଭାରିଗଦା ଘାଟରେ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର |

ସୂଚନା ମୁତାବିକ, ଖରଶ୍ରୋତା ନଦୀ ଭାରିଗଡା ଘାଟ ନିକଟରେ ଗ୍ରାମର ୩ ଜଣ ଯୁବକ ଗାଧୋଇବାକୁ ଯାଇଥିଲେ | ଜଣେ ବ୍ୟକ୍ତି ଭାସୁଥିବାର ନଜର ପଡିବାରୁ ଜଣା ପଡିଥିଲା ଯେ କେହି ଜଣେ ମୃତ ବ୍ୟକ୍ତି ବୋଲି | ୩ ଯୁବକଙ୍କ ମଧ୍ୟରୁ ଜଣେ ସ୍ଥାନୀୟ ପୁଲିସ ଓ ଦମକଳ ବାହିନୀଙ୍କୁ ଖବର ଦେଇଥିଲେ | ଦମକଳ ବାହିନୀ ଘଟଣା ସ୍ଥଳରେ ପହଂଚି ମୃତ ବ୍ୟକ୍ତିକୁ ଉଦ୍ଧାର କରିଥିଲେ | ଉଦ୍ଧାର ହେଇଥିବା ମୃତବ୍ୟକ୍ତି ଗତ ୨ଦିନ ତଳେ ସ୍ରୋତରେ ନଦୀରେ ଭାସିଯାଇ ନିଖୋଜ ହୋଇଯାଇଥିଲେ ବୋଲି ସୂଚନା ମିଳିଛି | ମୃତ ଯୁବକ ହେଲେ ଯାଜପୁର ଜିଲ୍ଲା ଅନ୍ତର୍ଗତ ଡିହ ବାରିଙ୍ଗି ଗ୍ରାମର ରାମଚନ୍ଦ୍ର ରାଉତଙ୍କ ପୁତ୍ର ନବ କିଶ୍ୱର ରାଉତ |

Related Articles

Leave a Reply

Your email address will not be published.

Back to top button