୨ଟି ମୋବାଇଲ ନଂ ଜାରି କଲେ କଟକ ଡିସିପି

ଭୁବନେଶ୍ବର: କଟକ ଡିସିପିଙ୍କ ତରଫରୁ ସହରବାସୀଙ୍କ ପାଇଁ ୨ଟି ମୋବାଇଲ ନଂ ଜାରି । ମୋବାଇଲ ନଂ ୭୩୨୮୦୭୭୩୨୪/ ୮୪୮୦୫୧୩୦୦୭ । ଗୁଜବ କିମ୍ବା ମିଥ୍ୟା ସୂଚନାରେ ବିଶ୍ୱାସ ନକରିବାକୁ ପରାମର୍ଶ ଦିଆଯାଇଛି । କୌଣସି ସନ୍ଦେହଜନକ ବାର୍ତ୍ତା ପାଇଲେ ଦୁଇ ମୋବାଇଲ ନଂରେ ଜଣାନ୍ତୁ । ଶାନ୍ତିଶୃଙ୍ଖଳା ବଜାୟ ରଖିବା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ  କରିବାରେ ପରାମର୍ଶ ଦେଇଛନ୍ତି । ଅନ୍ୟପଟେ କଟକରେ  ଦଶହରା ଭସାଣୀ ଗଣ୍ଡଗୋଳ ଘଟଣାରେ ଆଉ ୩ ଜଣ ଗିରଫ ହୋଇଛନ୍ତି । ପୂର୍ବରୁ ୬ ଗିରଫ ହୋଇଥିଲେ । ଆଜି ଆଉ ୩ ଗିରଫ କହିଲେ ଏସପି । ଆଗକୁ ଆଉ ଅଧିକ ଗିରଫ କରାଯାଇପାରେ । ହାତୀପୋଖରୀ ଓ କଦମ ରସୁଲ ଅଞ୍ଚଳରେ  କମିଶନରେଟ ପୋଲିସ ଯାଞ୍ଚ କରିଛି । ୨ ଏସିପି, ୩ ଆଇଆଇସିଙ୍କ ସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button