WTC ଫାଇନାଲରେ ଅଷ୍ଟ୍ରେଲିଆର ସ୍ଵପ୍ନ ଧୂଳିସାତ: ୨୭ ବର୍ଷ ପରେ ICC ଟ୍ରଫି ଜିତିଲା ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଏବେ ICC ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ନୂତନ ଚାମ୍ପିଅନ। ୨୦୨୫ WTC ଫାଇନାଲରେ, ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆକୁ 5 ୱିକେଟରେ ପରାସ୍ତ କରିଛି। ଦକ୍ଷିଣ ଆଫ୍ରିକା ପ୍ରଥମ ଥର ପାଇଁ WTC ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକାର ଐତିହାସିକ ବିଜୟର ନାୟକ ଥିଲେ ଏଡେନ୍ ମାର୍କରାମ। ୨୮୨ ରନର ଟାର୍ଗେଟ ପିଛା କରି, ମାର୍କରାମ ଏକ ମ୍ୟାଚ୍ ବିଜୟୀ ଶତକ ହାସଲ କରିଥିଲେ। ଦକ୍ଷିଣ ଆଫ୍ରିକା ୨୭ ବର୍ଷ ପରେ ICC ଟ୍ରଫି ଜିତିଛି। ଏହା ପୂର୍ବରୁ ୧୯୯୮ ରେ ଦକ୍ଷିଣ ଆଫ୍ରିକା ICC ଚାମ୍ପିଅନସି ଟ୍ରଫି ଜିତିଥିଲା। ୨୦୨୫ WTC ଫାଇନାଲରେ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାକୁ ୨୮୨ ରନର ଟାର୍ଗେଟ ଦେଇଥିଲା, ଯାହାକୁ ଟେମ୍ବା ବାଭୁମାଙ୍କ ଦଳ କେବଳ ୫ ୱିକେଟ ହରାଇ ସହଜରେ ହାସଲ କରିଥିଲା। ଦକ୍ଷିଣ ଆଫ୍ରିକା ପାଇଁ ଏଡେନ୍ ମାର୍କରାମ ୨୦୭ ବଲ୍ ରେ ୧୩୬ ରନର ଏକ ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ। ଏହା ବ୍ୟତୀତ ଅଧିନାୟକ ଟେମ୍ବା ବାଭୁମା ୧୩୪ ବଲ୍ ରେ ୬୬ ରନ୍ କରିଥିଲେ। ଟାଇଟଲ୍ ମ୍ୟାଚ୍ ରେ ୨୮୨ ରନ୍ ର ଲକ୍ଷ୍ୟ ପିଛା କରିବା ପାଇଁ ଦକ୍ଷିଣ ଆଫ୍ରିକାର ଆରମ୍ଭ ଭଲ ନଥିଲା। ଓପନର ରିଆନ୍ ରିକେଲଟନ୍ ମାତ୍ର ୦୬ ରନ୍ କରି ଆଉଟ୍ ହୋଇଥିଲେ। ଏହା ପରେ ୱାଇଆନ୍ ମୁଲଡର ମଧ୍ୟ ୫୦ ବଲ୍ ରେ ୫ ଚୌକା ସାହାଯ୍ୟରେ ୨୭ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ୭୦ ରନ୍ ରେ ଦୁଇଟି ୱିକେଟ୍ ପଡ଼ିବା ପରେ, ଏଡେନ୍ ମାର୍କରାମ ଏବଂ ଟେମ୍ବା ବାଭୁମା କାନ୍ଥ ପରି ଛିଡା ହୋଇଥିଲେ। ଉଭୟ ତୃତୀୟ ୱିକେଟ୍ ପାଇଁ ୧୪୭ ରନ୍ ର ଭାଗୀଦାରି କରିଥିଲେ। ୧୩୪ ବଲ୍ ରେ ୫ ଚୌକା ସାହାଯ୍ୟରେ ୬୬ ରନ୍ କରି ବାଭୁମା ଆଉଟ୍ ହୋଇଥିଲେ। କିନ୍ତୁ ମାର୍କରାମ ଦୃଢ଼ ଭାବରେ ଠିଆ ହୋଇଥିଲେ। ତାଙ୍କ ଦଳର ବିଜୟ ସୁନିଶ୍ଚିତ କରିବା ପରେ ମାର୍କରାମ ଆଉଟ୍ ହୋଇଥିଲେ। ସେ ୨୦୨୭ ବଲ୍ ରେ ୧୩୬ ରନ୍ ର ଏକ ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ। ଏହି ସମୟରେ ତାଙ୍କ ବ୍ୟାଟ୍ ରୁ ୧୪ ଚୌକା ବାହାରିଥିଲା। ମାର୍କରାମ ଆଉଟ୍ ହେବା ପରେ ଦକ୍ଷିଣ ଆଫ୍ରିକାକୁ ଜିତିବା ପାଇଁ କେବଳ ଛଅ ରନ୍ ଆବଶ୍ୟକ ଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button