ସଡ଼କ ଦୁର୍ଘଟଣାରେ ଜଣେ ମୃତ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ଜୟନଗର ଗ୍ରାମ ପଞ୍ଚାୟତର ବଜରପୁର ଗ୍ରାମର କ୍ଷୀରୋଦ ଚନ୍ଦ୍ର ନାୟକଙ୍କର ୨୨ବର୍ଷ ର ପୁଅ ସତ୍ୟ ରଂଜନ ନାୟକ ଏକ ମୋଟରସାଇକେଲରେ ବନ୍ଧୁବାନ୍ଧବଙ୍କୁ ଛାଡି ବାକୁ ଯାଉଥିବା ବେଳେ ଯାଜପୁର ଜୟନଗର ଏନଏଚ-୫ ଜାତୀୟ ରାଜପଥରେ ଟ୍ରାକ୍ଟର ସହିତ ମୁଁହାମୁହିଁ ଧକ୍କା ହୋଇଥିଲା।

ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ସତ୍ୟ ରଞ୍ଜନ ନାୟକଙ୍କ ମୃତ୍ୟୁ ହୋଇଛି। ସେ ଏକ ପ୍ରାଇଭେଟ ସଂସ୍ଥାରେ କାର୍ଯ୍ୟ କରୁଥିଲେ। ତାଙ୍କର ଦୁଇ ଭାଇ ଓ ଗୋଟିଏ ଭଉଣୀ ଅଛନ୍ତି। ସେ ଘରର ବଡ଼ ପୁଅ ହୋଇଥିବାରୁ ଘରର ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି ବୋଲି ସୂଚନା ଦେଇଛନ୍ତି ଯୁବ ସାମ୍ବାଦିକ ଆଶିଷ କୁମାର ।

Related Articles

Leave a Reply

Your email address will not be published.

Back to top button