ରେମଡେସିଭିର ରପ୍ତାନିକୁ ନିଷିଦ୍ଧ କଲା ଭାରତ

ନୂଆଦିଲ୍ଲୀ: ଦେଶରେ ସମ୍ପ୍ରତି କରୋନା ଭୂତାଣୁ ସଂକ୍ରମଣର ଅହେତୁକ ବୃଦ୍ଧି ପରିପ୍ରେକ୍ଷୀରେ ସରକାର ଭୂତାଣୁ ବିରୋଧୀ ଔଷଧ ରେମଡେସିଭିର ରପ୍ତାନିକୁ ନିଷିଦ୍ଧ ଘୋଷଣା କରିଛନ୍ତି । ଦେଶରେ ମହାମାରୀ ସ୍ଥିତି ନିୟନ୍ତ୍ରଣାଧୀନ ନ ହେଲା ଯାଏ ରେମଡେସିଭିର ଇଞ୍ଜେକସନ ଓ ଅନ୍ୟାନ୍ୟ ତତସଂଲଗ୍ନ ଉପାଦାନର ରପ୍ତାନୀକୁ ସରକାର ସମ୍ପୂର୍ଣ୍ଣ ବନ୍ଦ କରି ଦେଇଛନ୍ତି । ଅପରପକ୍ଷେ ଏହାକୁ ଏକ ଅବ୍ୟର୍ଥ ଔଷଧ ଭାବି ଲୋକେ କିଣିବା ଲାଗି ବିକଳ ନ ହେବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ରେମଡେସିଭିର ଯଦିଓ କୋଭିଡରୁ ଆରୋଗ୍ୟ ପାଇଁ ସମ୍ପୂର୍ଣ୍ଣ ଫଳପ୍ରଦ ନୁହେଁ, ତେବେ ଗୁରୁତର କୋଭିଡ ପୀଡ଼ିତଙ୍କ ଠାରେ ଏହାର ପ୍ରୟୋଗ ଡାକ୍ତରଖାନା ରହଣିକୁ କମାଇ ଦେଇଥାଏ । କୋଭିଡ ଲକ୍ଷଣ ଦେଖାଦେବାର ୯ ଦିନ ଭିତରେ ଏହି ଭୂତାଣୁ ବିରୋଧୀ ଔଷଧକୁ ବ୍ୟବହାର କଲେ କିଛି ମାତ୍ରାରେ ଉପଶମ ମିଳିଥାଏ । ଅପରପକ୍ଷେ ଦେଶରେ ସମ୍ପ୍ରତି ଦିନକୁ ଦିନ କୋଭିଡ ପୀଡ଼ିତଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି । ତେଣୁ ସେଥିପାଇଁ ରେମଡେସିଭିର ଚାହିଦା ରହିବା ସହ ଆଗକୁ ମଧ୍ୟ ଲୋକେ ଏହି ଔଷଧ ଅଧିକ ଲୋଡିପାରନ୍ତି । ତେଣୁ ଆଗକୁ ଦେଶରେ ଏହାର ଅଭାବ ପରିଲକ୍ଷିତ ନ ହେବା ଉଦ୍ଦେଶ୍ୟରେ ସରକାର ଏପରି ପଦକ୍ଷେପ ନେଇଛନ୍ତି । ତେବେ ଏହି ଔଷଧ କୋଭିଡ ମୃତ୍ୟୁହାର କମାଇପାରିବ ବୋଲି କୌଣସି ପ୍ରମାଣ ନାହିଁ।

Related Articles

Leave a Reply

Your email address will not be published.

Back to top button