ଜେଇଇ ମେନ

ଗୌତମ ଦାସ ଓଡ଼ିଶା ଟପର

ଭୁବନେଶ୍ୱର: ଆଇଆଇଟି ସମେତ ଦେଶର ବିଭିନ୍ନ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ଲାଗି ଫେବୃୟାରୀରେ ଅନୁଷ୍ଠିତ ଜେଇଇ ମେନ ଫଳ ପ୍ରକାଶ ପାଇଛି । ସାଈ ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ର ଗୌତମ ଦାସ ୯୯.୯୯ ସ୍କୋର କରି ଓଡ଼ିଶା ଟପର ହୋଇଛନ୍ତିି । ସେ ବାଳେଶ୍ୱର ବାସିନ୍ଦା ରବୀନ୍ଦ୍ର ଦାସଙ୍କ ପୁଅ ବୋଲି ଜଣାପଡ଼ିଛି । ପରୀକ୍ଷା ଲାଗି ୬.୫୨ ଲକ୍ଷ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ବେଳେ ୬ ଲକ୍ଷ ୨୦ ହଜାର ୯୭୮ ଜଣ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୬ ଜଣ ପରୀକ୍ଷାର୍ଥୀ ୧୦୦ ଏନଟିଏ ସ୍କୋର କରିଛନ୍ତି ।

ସେମାନେ ହେଲେ ରାଜସ୍ଥାନର ସାକେତ ଝା, ଦିଲ୍ଲୀର ପ୍ରଭାର କଟାରିଆ ଓ ରଞ୍ଜିମ ପ୍ରବଳ ଦାସ, ଛତିଶଗଡ଼ର ଗୁରଅମ୍ରିତ ସିଂହ, ମହାରାଷ୍ଟ୍ରର ସିଦ୍ଧାର୍ଥ ମୁଖାର୍ଜୀ ଓ ଗୁଜୁରାଟ ଅନନ୍ତ କି୍ରଷ୍ଣ କିଡାମ୍ବି । ବିଇ ଏବଂ ବି.ଟେକ ଲାଗି ଜାନୁଆରି ୨୪ ରୁ ୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ଜେଇଇ ମେନ ଲାଗି ୩୩୧ଟି ସହରରେ ପରୀକ୍ଷା କେନ୍ଦ୍ର ହୋଇଥିଲା । ପ୍ରଥମ ଥର ଲାଗି ଓଡ଼ିଆ ସମେତ ଇଂରାଜୀ, ହିନ୍ଦୀ, ଗୁଜୁରାଟ, ଆସାମୀ, ବେଙ୍ଗଲୀ, କନ୍ନଡ, ମାଲାୟଲମ, ମରାଠୀ, ପଞ୍ଜାବୀ, ତାମିଲ, ତେଲୁଗୁ ଓ ଊଦ୍ଧ୍ୱର୍ ଭାଷାରେ ପରୀକ୍ଷା କରାଯାଇଥିଲା । ଫେବୃୟାରୀ ସମେତ ମାର୍ଚ୍ଚ, ଏପି୍ରଲ ଓ ମେ’ମାସରେ ହେବାକୁ ଥିବା ବେଳେ ଜେଇଇ ମେନ ପରୀକ୍ଷାର ରେଜଲ୍ଟକୁ ଆଧାର କରି ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କ ରାଙ୍କ ପ୍ରକାଶ ପାଇବ ।

Related Articles

Leave a Reply

Your email address will not be published.

Back to top button