କିନ୍ନରଙ୍କୁ ଓଡ଼ିଶା ପୁଲିସରେ ଚାକିରି ସୁଯୋଗ

ଭୁବନେଶ୍ୱର :  କିନ୍ନରଙ୍କ ପାଇଁ ଖୁସି ଖବର । ଓଡ଼ିଶା ପୋଲିସରେ ନିଯୁକ୍ତ ପାଇପାରିବେ କିନ୍ନର । ୪୭୭ ସବ୍-ଇନିସପେକ୍ଟର ପଦବୀ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଏନେଇ ସୂଚନା ଦେଇଛନ୍ତି ଡିଜିପି ଅଭୟ । ଜୁଲାଇ ୧୫ ସୁଦ୍ଧା ଆବେଦନ କରିବାକୁ ସମୟ ଧାର୍ୟ୍ୟ ହୋଇଛି । ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତିକୁ ବିଭିନ୍ନ କିନ୍ନର ସଂଘ ପକ୍ଷରୁ ସ୍ୱାଗତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି କିନ୍ନର ନେତ୍ରୀ ମୀରା ପରିଡା । ସେହିପରି ୨୪୪ କନେଷ୍ଟବଳ ପଦବୀପାଇଁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି । ଅନ୍ୟପକ୍ଷରେ ଓଡ଼ିଶା ପୁଲିସରେ ସାମିଲ ହେବାକୁ ଡିଜିପି ଆହ୍ୱାନ ଦେଇଛନ୍ତି ।  ଯୋଗ୍ୟ ବ୍ୟକ୍ତିମାନେ ଏହି ସୁଯୋଗର ବ୍ୟବହାର କରନ୍ତୁ ବୋଲି ଡିଜିପି କହିଛନ୍ତି ।  ଜୁନ ୨୨ରୁ ଜୁଲାଇ ୧୫ ପର୍ଯ୍ୟନ୍ତ ଏନେଇ ଅନଲାଇନରେ ଆବେଦନ କରାଯାଇପାରିବ ।  କିନ୍ନରମାନେ ମଧ୍ୟ ଆବେଦନ କରିପାରିବେ ବୋଲି ବିଜ୍ଞପ୍ତିରେ ପ୍ରକାଶ ।

 

Related Articles

Leave a Reply

Your email address will not be published.

Back to top button