ଓଡ଼ିଶାରେ ଉପରାଷ୍ଟ୍ରପତି

ଭୁବନେଶ୍ବର : ଓଡ଼ିଶାରେ ଉପରାଷ୍ଟ୍ରପତି  ଏମ୍‌ ଭେଙ୍କିଆ ନାଇଡୁ । ଉତ୍କଳ ବିଶ୍ବଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଏବଂ କଟକରେ ଆଦିକବି ସାରଳା ଦାସଙ୍କ ଜନ୍ମଜୟନ୍ତୀ କାର୍ୟ୍ୟକ୍ରମରେ ଯୋଗ ଦେବା ଲାଗି ଉପରାଷ୍ଟ୍ରପତି ଏମ୍‌ ଭେଙ୍କିଆ ନାଇଡୁ ଶୁକ୍ରବାର ହାଇଦ୍ରାବାଦରୁ ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଆସି ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ଅବତରଣ କରିଛନ୍ତି।

ବିମାନ ବନ୍ଦରରୁ ସିଧାସଳଖ ରାଜଭବନ ଯିବେ ଏମ. ଭେଙ୍କେୟା ନାଇଡୁ। ଅପରାହ୍ଣ ୪ଟା ୪୫ ମିନିଟ୍‌ରେ ରାଜଭବନରୁ କଟକ ସାରଳାଭବନରେ ଅନୁଷ୍ଠିତ ଆଦିକବି ସାରଳା ଦାସଙ୍କ ୬୦୦ତମ ଜନ୍ମଦିବସ କାର୍ୟ୍ୟକ୍ରମକୁ ଉପରାଷ୍ଟ୍ରପତି ଯିବେ। ସେଠାରେ ସଂଧ୍ୟା ସାଢ଼େ ୬ଟା ପର୍ୟ୍ୟନ୍ତ ରହିବେ। ସେଠାରୁ ରାଜଭବନକୁ ଫେରି ରାତ୍ରିଯାପନ କରିବାର କାର୍ୟ୍ୟକ୍ରମ ରହିଛି। ଶନିବାର ପୂର୍ବାହ୍ନ ସାଢ଼େ ୧୦ଟା ବେଳେ ଉତ୍କଳ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ଲାଗି ଉପରାଷ୍ଟ୍ରପତି ରାଜଭବନରୁ ଯିବେ। ସେଠାରୁ ଫେରିବା ପରେ ରାଜଭବନରେ ଉପରାଷ୍ଟ୍ରପତି ମଧ୍ୟାହ୍ନ ଭୋଜନ କରିବେ। ଅପରାହ୍ଣ ୫ଟା ସମୟରେ ରାଜଭବନରୁ ବିମାନବନ୍ଦର ଅଭିମୁଖେ ବାହାରିବେ। ବିମାନ ବନ୍ଦରରୁ ଉପରାଷ୍ଟ୍ରପତି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।

Related Articles

Leave a Reply

Your email address will not be published.

Back to top button