ଟିକା ଅଭାବ ନାହିଁ: ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ସଂକ୍ରମଣ ସ୍ଥିତି ଲଗାତାର ଜଟିଳ ହେବାରେ ଲାଗିଛି । କରୋନା ସଂକ୍ରମଣ ଦେଶବ୍ୟାପୀ ଭୟ ବଢାଇଛି।  ଏହାରି ଭିତରେ  ଦେଶର କରୋନା ସ୍ଥିତିର ସମୀକ୍ଷା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ।  ଏହି ଅବସରରେ  ଦେଶରେ ଟିକାର ଅଭାବ ନଥିବା ସେ କହିଛନ୍ତି ।  ସେହିପରି ରାଜ୍ୟମାନଙ୍କୁ ଭେଣ୍ଟିଲେଟର ପ୍ରଦାନ ନେଇ ମଧ୍ୟ ହର୍ଷବର୍ଦ୍ଧନ ତଥ୍ୟ ରଖିଛନ୍ତି ।  ଗତ ବର୍ଷ ରାଜ୍ୟମାନଙ୍କୁ ୪୩ ହଜାର ୨୮୮ଟି ଭେଣ୍ଟିଲେଟର ଦେଇଥିଲୁ ।  ଗତ ୨ ମାସରେ ମହାରାଷ୍ଟ୍ରକୁ ୧୧୨୧ ଓ ୟୁପିକୁ ୧୭୦୦ ଭେଣ୍ଟିଲିଟର ଦେଇଛୁ ବୋଲି ହର୍ଷବର୍ଦ୍ଧନ କହିଛନ୍ତି ।  ପ୍ରକାଶ ଯେ,  କରୋନାରେ ରାଜ୍ୟରେ ଆଉ ୨ ଲକ୍ଷ ୩୪ ହଜାର ୬୯୨ ଜଣ ଆକ୍ରାନ୍ତ ହୋଇଛନ୍ତି  । ଗୋଟିଏ ଦିନରେ ଏହା ସର୍ବାଧିକ ସଂକ୍ରମଣର ଅଲୋଡ଼ା ରେକର୍ଡ ସୃଷ୍ଟି କରିଛି  ।

ଫଳରେ ଭାରତର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୪୫ ଲକ୍ଷ ୨୬ ହଜାର ୬୦୯ରେ ପହଁଚିଛି  । ସେହିପରି ଗୋଟିଏ ଦିନରେ ୧୩୪୧ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି  । ଏଯାବତ ଦେଶରେ କରୋନା ୧ ଲକ୍ଷ ୭୩ ହଜାର ୧୫୨ ଜଣଙ୍କର ଜୀବନ ନେଇସାରିଛି  । ଦିଲ୍ଲୀ ଓ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି  । ଦିଲ୍ଲୀରେ ୧୯୪୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମହାରାଷ୍ଟ୍ରରେ ୬୩ ହଜାର ୭୨୯ ଜଣ ଆକ୍ରାନ୍ତ ହୋଇଛନ୍ତି  । କରୋନା ସଂକ୍ରମଣରେ ବିଶ୍ୱରେ ଏବେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି  । ଆମେରିକା ପ୍ରଥମ ସ୍ଥାନରେ ରହିଥିବାବେଳେ ଭାରତ ପଛକୁ ରହିଛନ୍ତି ବ୍ରାଜିଲ, ଫ୍ରାନ୍ସ ଓ ଋଷିଆ  ।

Related Articles

Leave a Reply

Your email address will not be published.

Back to top button