ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲୋଗୋକୁ ନେଇ କେନ୍ଦ୍ରର ଚିଠି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲୋଗୋକୁ ନେଇ କେନ୍ଦ୍ରର ଚିଠି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘରେ ବିଜୁ ପକ୍କାଘର ଲୋଗୋ ରହିବନି । କେନ୍ଦ୍ର ଗ୍ରାମୀଣ ବିକାଶ ବିଭାଗର ପ୍ରମୁଖ ସଚିବ ରାଜ୍ୟ ସରକାରଙ୍କୁ ଚିଠି ଲେଖି ପିଏମଏଓ୍ବାଇରେ ବିପିଜିଓ୍ବାଇ ଲୋଗୋ ଅନୁମୋଦିତ ନୁହେଁ । ଏହାକୁ ରାଜ୍ୟ ସରକାର ବ୍ୟବହାର କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଏନେଇ ରାଜ୍ୟ ବିଜେପି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ପକ୍କା ଘରେ ବିଜୁ ପକ୍କାଘର ଯୋଜନାର ବଡ଼ ଷ୍ଟିକର ମାରିବା ଘଟଣା ଉଠାଇଥିଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲୋକଙ୍କୁ ମିଳିଥିବା ଘରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନାର ଦୁଇଟି ଯାକ ଲୋଗୋ ଥାଇ ଷ୍ଟିକର ଲଗାଯିବା ନେଇ ପ୍ରଥମେ ବିରୋଧ କରିଥିଲା ବିଜେପି । ବିଜେପିର ସାଂସଦମାନେ ଫେବୃୟାରୀ ୧୨ ତାରିଖରେ ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଭେଟି ଏ ପ୍ରସଙ୍ଗରେ ବ୍ୟକ୍ତିଗତ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିଥିଲେ ।

Related Articles

Leave a Reply

Your email address will not be published.

Back to top button