ଭାରତ ଗସ୍ତରେ ଆସିବେ ତାନଜିଆନର ରାଷ୍ଟ୍ରପତି ସାମିଆ ହାସନ

ନୂଆଦିଲ୍ଲୀ: ତାନଜିଆନର ରାଷ୍ଟ୍ରପତି ସାମିଆ ସୁଲୁହୁ ହାସନ ଅକ୍ଟୋବର ୮ରୁ ତିନି ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କ ନିମନ୍ତ୍ରଣ କ୍ରମେ ହାସନ ନୂଆଦିଲ୍ଲୀ ଗସ୍ତ କରିବାକୁ ଯାଉଛନ୍ତି। ବର୍ହିବ୍ୟାପାର ମନ୍ତ୍ରଣାଳୟ ଶୁକ୍ରବାର ଏହି ସୂଚନା ଦେଇଛି। ବର୍ହିବ୍ୟାପାର ବିଭାଗର ପ୍ରେସ ବିଜ୍ଞପ୍ତି ଅନୁଯାୟୀ ହାସନ ଭାରତ ଗସ୍ତ ସମୟରେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କ ସହ ରାଜକୀୟ ଭୋଜିରେ ସାମିଲ ହେବେ। ଏହା ପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଅକ୍ଟୋବର ୧୦ରେ ରାଷ୍ଟ୍ରପତି ହାସନ ମଧ୍ୟ ନୂଆଦିଲ୍ଲୀରେ ଏକ ବାଣିଜ୍ୟ ଏବଂ ନିବେଶ ଫୋରମରେ ଯୋଗଦେବେ।

Related Articles

Leave a Reply

Your email address will not be published.

Back to top button