ଭାରତୀୟ ମୂଳ ବାସିନ୍ଦା ଶନମୁଗରତ୍ନମ ହୋଇପାରନ୍ତି ସିଙ୍ଗାପୁରର ରାଷ୍ଟ୍ରପତି

ସିଙ୍ଗାପୁର: ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସିଙ୍ଗାପୁରର ପୂର୍ବତନ ଭାରତୀୟ ମୂଳବାସିନ୍ଦା ଥର୍ମନ ଶନମୁଗରତ୍ନମ ସୋମବାର ଆବେଦନ କରିଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଆବଶ୍ୟକ ସାର୍ଟିଫିକେଟ ପାଇବା ପାଇଁ ଶନମୁଗରତ୍ନମ ଏହି ଆବେଦନ କରିଛନ୍ତି। ଗତ ମାସରେ ରାଷ୍ଟ୍ରପତି ପଦ ପାଇଁ ସେ ପ୍ରଚାର ଆରମ୍ଭ କରିଛନ୍ତି। ଦେଶର ସଂସ୍କୃତି ବଦଳାଇବା ବେଳେ ସିଙ୍ଗାପୁରକୁ ବିଶ୍ୱରେ ଅଗ୍ରଣୀ ଭାବେ ରଖିବାକୁ ପ୍ରତିଶ୍ରୁତି ଦେଇ ଶନମୁଗରତ୍ନମ ତାଙ୍କର ଅଭିଯାନ ଆରମ୍ଭ କରିଥିଲେ। ସୂଚନାଯୋଗ୍ୟ, ସିଙ୍ଗାପୁରରେ ରାଷ୍ଟ୍ରପତି ନିର୍ବାଚନ ସେପ୍ଟେମ୍ବରରେ ହେବ। ବର୍ତ୍ତମାନର ରାଷ୍ଟ୍ରପତି ହଲିମା ୟାକୁବଙ୍କ ଛଅ ବର୍ଷର କାର୍ଯ୍ୟକାଳ ୧୩ସେପ୍ଟେମ୍ବରରେ ଶେଷ ହେବ। ଦୀର୍ଘ ୨୨ ବର୍ଷର ଦୀର୍ଘ ରାଜନୈତିକ କ୍ୟାରିୟର ପରେ ଶନମୁଗରତ୍ନମ ଚଳିତ ବର୍ଷ ଜୁନରେ ସକ୍ରିୟ ରାଜନୀତିରୁ ଅବସର ନେଇଥିଲେ। ସୂଚନାଯୋଗ୍ୟ, ଶନମୁଗରତ୍ନମଙ୍କ ବ୍ୟତୀତ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଆବଶ୍ୟକ ପ୍ରମାଣପତ୍ର ପାଇବାକୁ ଆଉ ତିନିଜଣ ପ୍ରାର୍ଥୀ ଆବେଦନ କରିଛନ୍ତି। ଏହି ୩ପ୍ରାର୍ଥୀ ଚାଇନାର ମୂଳବାସିନ୍ଦା ଅଟନ୍ତି। ଏଥିମଧ୍ୟରେ ପୂର୍ବତନ ଜିଆଇସି ଇନଭେଷ୍ଟମେଣ୍ଟର ପୂର୍ବତନ ମୁଖ୍ୟ ଏନଜି କାଂକ ସଙ୍ଗ (୭୫), ଉଦ୍ୟୋଗୀ ବା ଏଣ୍ଟରପ୍ରେନ୍ୟୋର ଜର୍ଜ ଗୋହ (୬୩) ଏବଂ ପୂର୍ବତନ ରାଷ୍ଟ୍ରପତି ପ୍ରାର୍ଥୀ ତାନ କିନ ଲିଆନ (୭୫) ଅଛନ୍ତି।

Related Articles

Leave a Reply

Your email address will not be published.

Back to top button