ନର୍ଗିସ ମହମ୍ମଦିଙ୍କୁ ନୋବେଲ ଶାନ୍ତି ପୁରସ୍କାର

ଷ୍ଟକହୋମ: ଇରାନରେ ମହିଳା ଅଧିକାର ପାଇଁ ଲଢିଥିବା ନର୍ଗିସ ମହମ୍ମଦିଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି। ହେଲେ ବର୍ତ୍ତମାନ ନର୍ଗିସ ଜେଲରେ ଅଛନ୍ତି। ମାନବ ଅଧିକାରକୁ ପ୍ରୋତ୍ସାହିତ କରିବା ଏବଂ ଇରାନରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ଲଢିବା ପାଇଁ ନର୍ଗିସ ମହମ୍ମଦିଙ୍କୁ ୨୦୨୩ ନୋବେଲ ଶାନ୍ତି ପୁରସ୍କାର ମିଳିଛି। ଏକ ରିପୋର୍ଟ ଅନୁଯାୟୀ, କମିଟି କହିଛି ଯେ, ଚଳିତ ବର୍ଷର ନୋବେଲ ଶାନ୍ତି ପୁରସ୍କାର ମଧ୍ୟ ମହିଳାମାନଙ୍କୁ ଟାର୍ଗେଟ କରୁଥିବା ଧାର୍ମିକ ଶାସନଗୁଡିକର ଭେଦଭାବ ତଥା ଅତ୍ୟାଚାର ନୀତି ବିରୋଧରେ ସ୍ବର ଉଠାଇଥିବା ଲକ୍ଷାଧିକ ଲୋକଙ୍କୁ ସମ୍ମାନିତ କରିଛି।

Related Articles

Leave a Reply

Your email address will not be published.

Back to top button