ମୋଷ୍ଟ ୱାଣ୍ଟେଡ ଖାଲିସ୍ତାନୀ ଆତଙ୍କବାଦୀ ପରମଜିତ ସିଂ ପଞ୍ଜୱଡଙ୍କୁ ପାକିସ୍ତାନରେ ହତ୍ୟା

ନୂଆଦିଲ୍ଲୀ: ଖାଲିସ୍ତାନ ସମର୍ଥକଙ୍କ ସହ ଜଡ଼ିତ ପାକିସ୍ତାନରୁ ବଡ ଖବର ଆସିଛି। ପାକିସ୍ତାନର ଲାହୋରରେ ଖାଲିସ୍ତାନୀ ଆତଙ୍କବାଦୀ ପରମଜିତ ସିଂ ପଞ୍ଜୱଡଙ୍କୁ ହତ୍ୟା କରାଯାଇଛି। ପରମଜିତ ପଞ୍ଜୱଡ ଏକ ଭିନ୍ନ ନାମରେ ପାକିସ୍ତାନରେ ରହୁଥିଲା ଏବଂ ସେଠାରୁ ସେ ଖାଲିସ୍ତାନ ସମର୍ଥିତ କାର୍ଯ୍ୟକଳାପ କରୁଥିଲେ। ସୂଚନା ଅନୁଯାୟୀ ପରମଜିତ ସିଂ ପଞ୍ଜୱାଡଙ୍କୁ ଲାହୋରରେ କିଛି ବାଇକ୍ ଆରୋହୀ ଟାର୍ଗେଟ କରିଥିଲେ। ବାଇକ୍ ରେ ଆସିଥିବା ଦୁଇ ଆକ୍ରମଣକାରୀ ଲାହୋରର ଜୋହର ସହର ଅନ୍ତର୍ଗତ ସନଫ୍ଲାୱାର ସୋସାଇଟି ଭିତରକୁ ପ୍ରବେଶ କରି ଅନେକ ଗୁଳି ଚଳାଇଥିଲେ। ଏହା ପରେ ଆକ୍ରମଣକାରୀମାନେ ସେଠାରୁ ଫେରାର ହୋଇଯାଇଥିଲେ। ପଞ୍ଜୱାଡଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ପରମଜିତ ସିଂ ପଞ୍ଜୱାଡ ଆତଙ୍କବାଦୀ ସଂଗଠନ ଥିବା ଖାଲିସ୍ତାନ କମାଣ୍ଡୋ ଫୋର୍ସ (କେସିଏଫ) ର ନେତା ଥିଲେ। ୯୦ ଦଶକରୁ ସେ ପାକିସ୍ତାନରେ ଆଶ୍ରୟ ନେଇଥିଲେ। ସେ ମଲିକ ସର୍ଦ୍ଦାର ସିଂଙ୍କ ନାମରେ ପାକିସ୍ତାନରେ ରହୁଥିଲେ। ସେ ୯୦ ଦଶକ ପୂର୍ବରୁ ମଧ୍ୟ ଭାରତ ବିରୋଧୀ କାର୍ଯ୍ୟକଳାପରେ ସକ୍ରିୟ ଥିଲେ। କୁହାଯାଏ ଯେ, ସେ ୧୯୮୬ ରେ ପାକିସ୍ତାନ ଯାଇଥିଲେ। ଯେଉଁଠାରେ ସେ ଲାହୋର ସମେତ ଅନେକ ସ୍ଥାନ ପରିବର୍ତ୍ତନ କରିଥିଲେ।

Related Articles

Leave a Reply

Your email address will not be published.

Back to top button