ସୋମାଲିଆରେ ମୋର୍ଟାର ବିସ୍ଫୋରଣ: ୨୫ ପିଲାଙ୍କ ମୃତ୍ୟୁ

ମୋଗାଦିଶୁ : ସୋମାଲିଆରେ ଏକ ଖେଳ ପଡିଆରେ ଏକ ମୋର୍ଟାର ବିସ୍ଫୋରଣରେ ୨୫ ଜଣ ପିଲାଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନେକ ଶିଶୁ ମଧ୍ୟ ଆହତ ହୋଇଛନ୍ତି। ଏହି ଘଟଣା କ୍ଷିଣ ସୋମାଲିଆର କୋରୋଲି ସହର ନିକଟରେ ଘଟିଛି। ସ୍ଥାନୀୟ କର୍ତ୍ତୃପକ୍ଷ ଏହି ଘଟଣାକୁ ନିଶ୍ଚିତ କରିଛନ୍ତି। କୁରୁଲେ ଟାଉନ ଡେପୁଟି ଜିଲ୍ଲା କମିଶନର ଅବଦି ଅହମ୍ମଦ ଅଲି କହିଛନ୍ତି ବୋମା ଏବଂ ଲ୍ୟାଣ୍ଡମାଇନ ଭଳି ଯୁଦ୍ଧର ଅବଶିଷ୍ଟାଂଶ ବିସ୍ଫୋରଣ ଏହି ଦୁଃଖଦ ଘଟଣା ଘଟିଛି। ଏହି ସମୟରେ ପିଲାମାନେ ଏକ ଗାଁର ଖୋଲା ପଡ଼ିଆରେ ଖେଳୁଥିଲେ। ଅହମ୍ମଦ କହିଛନ୍ତି କୋରୋଲର ଡାକ୍ତରଖାନାରେ ୨୨ ଶିଶୁଙ୍କ ମୃତଦେହ ମିଳିଛି ଏବଂ ଆହତଙ୍କ ମଧ୍ୟରୁ ଦୁଇଜଣଙ୍କୁ ଡାକ୍ତରଖାନା ନିଆଯିବା ପରେ ମୃତ୍ୟୁ ଘଟିଛି। ସେ କହିଛନ୍ତି ମୃତକଙ୍କ ବୟସ ୧୦ ରୁ ୧୫ ବର୍ଷ ମଧ୍ୟରେ।

Related Articles

Leave a Reply

Your email address will not be published.

Back to top button