ଗାଜାରେ ଦିନକୁ ଦିନ ବୃଦ୍ଧି ପାଉଛି ଇସ୍ରାଏଲର ଆକ୍ରମଣ

ଜେରୁଜେଲମ୍‌: ଇସ୍ରାଏଲ-ହମାସ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜିକୁ ୨୭ ଦିନ ବିତିଲାଣି। ତଥାପି ଥମୁନି ଆକ୍ରମଣ। ଗାଜାରେ ଇସ୍ରାଏଲର ଆକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ହମାସ୍‌କୁ ହଟାଇବା ପାଇଁ ଇସ୍ରାଏଲ ଗାଜାରେ ବ୍ୟାପକ ଆକ୍ରମଣ କରିଚାଲିଛି। ଖାଦ୍ୟଠାରୁ ଆରମ୍ଭ କରି ବିଦ୍ୟୁତ୍‌ ଏବଂ ଇଣ୍ଟରନେଟ୍‌ ପର୍ଯ୍ୟନ୍ତ ସବୁକିଛି ଗାଜାରେ ବନ୍ଦ ରହିଛି। ଏଥିସହିତ ଏପର୍ଯ୍ୟନ୍ତ ହଜାର ହଜାର ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇସାରିଲାଣି। ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଉତ୍ତର ଗାଜାର ମୁଖ୍ୟ ଡାକ୍ତରଖାନାରେ ଜେନେରେଟର ସେବା ଗୁରୁବାର ସକାଳେ ବନ୍ଦ ହୋଇଯାଇଥିଲା। ଫଳରେ ରୋଗୀମାନଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଥିଲା। ଏହି ଡାକ୍ତରଖାନା ଜବାଲିଆ ଶରଣାର୍ଥୀ ଶିବିର ନିକଟରେ ରହିଛି। ଯେଉଁଠାରେ ଇସ୍ରାଏଲ ନିକଟରେ ଆକ୍ରମଣ କରିଥିଲା। ସୂଚନା ଅନୁଯାୟୀ, ଡାକ୍ତରଖାନା ଏକ ଛୋଟ ବ୍ୟାକ୍‌ଅପ୍‌ ଜେନେରେଟରରେ ଚାଲିଛି।

Related Articles

Leave a Reply

Your email address will not be published.

Back to top button