ଇସ୍ରାଏଲ-ପାଲେଷ୍ଟାଇନ୍‌ରେ ରହୁଥିବା ଭାରତୀୟଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି

ନୂଆଦିଲ୍ଲୀ: ଇସ୍ରାଏଲ ଉପରେ ପାଲେଷ୍ଟାଇନ ଉଗ୍ରବାଦୀ ସଂଗଠନ ହମାସର ରକେଟ ଆକ୍ରମଣ ପରେ ଆରମ୍ଭ ହୋଇଥିବା ଯୁଦ୍ଧ ପଞ୍ଚମ ଦିନ ପାଇଁ ଜାରି ରହିଛି। ଏହି ଯୁଦ୍ଧ ଇସ୍ରାଏଲ ଏବଂ ପାଲେଷ୍ଟାଇନରେ ରହୁଥିବା ଲୋକଙ୍କୁ ଚିନ୍ତାରେ ପକାଇଛି। ଅନେକ ଏଠାରୁ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଛନ୍ତି। ଏହି ସମୟରେ ଭାରତ ସରକାର ଉଭୟ ଦେଶରେ ରହୁଥିବା ଭାରତୀୟ ଲୋକଙ୍କ ପାଇଁ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରିଛନ୍ତି। ସବୁବେଳେ ସତର୍କ ରହିବାକୁ ମଧ୍ୟ କୁହାଯାଇଛି।
ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ, ଇସ୍ରାଏଲ ଏବଂ ପାଲେଷ୍ଟାଇନର ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏକ କଣ୍ଟ୍ରୋଲ ରୁମ୍‌ ସ୍ଥାପନ କରାଯାଇଛି, ଯାହାକି ୨୪ ଘଣ୍ଟା କାର୍ଯ୍ୟକ୍ଷମ ରହିବ।
ବାଗଚି ଆହୁରି ମଧ୍ୟ କହିଛନ୍ତି ଯେ, ଭାରତୀୟଙ୍କ ପାଇଁ ଜରୁରୀକାଳିନ ନମ୍ବର ହେଉଛି 1800118797, +91-11 23012113, + 91-11-23014104, + 91-11-23017905 ଏବଂ +919968291988। ଏହା ବ୍ୟତୀତ ଭାରତୀୟ ଲୋକମାନେ ଇମେଲରେ ଜରୁରୀକାଳୀନ ପରିସ୍ଥିତିରେ ସାହାଯ୍ୟ ମାଗିପାରିବେ: [email protected]
ତେଲ ଆଭିଭରେ ଅବସ୍ଥିତ ଭାରତୀୟ ଦୂତାବାସର ଜରୁରୀକାଳୀନ ନମ୍ବର ହେଉଛି + 972-35226748 ଏବଂ + 972- 543278392। ଏହାର ଇମେଲ ହେଉଛି [email protected]
ଇସ୍ରାଏଲ ଏବଂ ପାଲେଷ୍ଟାଇନରେ ଚାଲିଥିବା ବିକାଶକୁ ଦୃଷ୍ଟିରେ ରଖି @MEAIndiaରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ସ୍ଥାପନ କରାଯାଇ ପରିସ୍ଥିତି ଉପରେ ନଜର ରଖିବା ଏବଂ ସୂଚନା ଏବଂ ସହାୟତା ପ୍ରଦାନ କରାଯାଇଛି। ଏଥିସହ, @indemtel & @ROIRamallah ରେ ୨୪ ଘଣ୍ଟିଆ ଜରୁରୀକାଳୀନ ହେଲ୍ପଲାଇନ ବ୍ୟବସ୍ଥା କରାଯାଇଛି।
ଇସ୍ରାଏଲରେ ଭାରତର ରାଷ୍ଟ୍ରଦୂତ ସଞ୍ଜୀବ ସାଙ୍ଗ କହିଛନ୍ତି, ଆମେ ଆପଣଙ୍କ (ଭାରତୀୟ) ଲୋକଙ୍କ ପାଇଁ ନିରନ୍ତର କାର୍ଯ୍ୟ କରୁଛୁ। ଆମେ ଆପଣଙ୍କୁ ସାହାଯ୍ୟ କରିବାକୁ ଏଠାରେ ଅଛୁ। ଦୟାକରି ସ୍ଥାନୀୟ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ। ଶାନ୍ତ ଏବଂ ସତର୍କ ରୁହନ୍ତୁ। ଆମେ ପରିସ୍ଥିତି ଉପରେ ନଜର ରଖିଛୁ।

Related Articles

Leave a Reply

Your email address will not be published.

Back to top button