ମ୍ୟାନମାରରେ ବଢୁଛି ଗୃହଯୁଦ୍ଧ

ୟଂଗୁନ: ଗୃହ ଯୁଦ୍ଧରେ ଘାଣ୍ଟି ହେଉଥିବା ମ୍ୟାନମାରକୁ ବର୍ଷା ଋତୁରେ ବି ଆଶ୍ୱସ୍ତି ମିଳିପାରୁ ନାହିଁ। ଗତ ମାସରେ ଦେଶର ବିଭିନ୍ନ ସ୍ଥାନରେ ବିଦ୍ରୋହୀ ମାନେ ସେନା ଓ ସେନା ଶିବିର ଉପରେ ଆକ୍ରମଣ କରିଥିଲେ। ଏବେ ମିଳିଥିବା ଖବର ଅନୁଯାୟୀ, ପୂର୍ବ ରାଜ୍ୟ କୟାହରେ ସେନାର ଏକ ବଡ ଗ୍ରୁପ ବଦଳିଯାଇ ବିଦ୍ରୋହିଙ୍କ ସହ ମିଶି ଯାଇଛନ୍ତି। ଏହାକୁ ଷ୍ଟେଟ ଆଡମିନିଷ୍ଟ୍ରେଶନ କାଉନସିଲ(ଏସଏସି) ନାମରେ ଦେଶର ସରକାର ପରିଚାଳନା କରୁଥିବା ସେନାଙ୍କ ପାଇଁ ବଡ ଝଟକା ବୋଲି କୁହାଯାଉଛି।ଅନୁସୂଚିତ ଜାତି ଜନଜାତିର ପ୍ରଭାବ ଅଞ୍ଚଳରେ ଗୃହଯୁଦ୍ଧର ସବୁଠାରୁ ଭୟଙ୍କର ରୂପ ଦେଖିବାକୁ ମିଳିଛି। କୟାହ ରାଜ୍ୟରେ ବର୍ଡର ଗାର୍ଡ ଫୋର୍ସେସ (ବିଜିଏଫ) ର ଦୁଇଟି ବାଟାଲିୟନ ପାର୍ଶ୍ୱ ପରିବର୍ତ୍ତନ କରିଥିଲେ। ଏସିଆ ଟାଇମ୍ସ ୱେବସାଇଟରେ ପ୍ରକାଶିତ ଏକ ବିସ୍ତୃତ ରିପୋର୍ଟ ଅନୁଯାୟୀ, ଏହି ଉଭୟ ବାଟାଲିୟନ ମୁଖ୍ୟତ କରେନନି ସଂଖ୍ୟାଲଘୁ ସମ୍ପ୍ରଦାୟରୁ ଆସୁଥିବା ସେନାମାନଙ୍କୁ ନେଇ ଗଠିତ ହୋଇଥିଲେ। ରିପୋର୍ଟରେ ଦର୍ଶାଯାଇଛି ଯେ ଜୁନ ମାସରେ ହୋଇଥିବା ମାରାତ୍ମକ ଆକ୍ରମଣ ସହିତ ବିଦ୍ରୋହୀ ଗୋଷ୍ଠୀ ଦର୍ଶାଇଥିଲେ ଯେ ସେମାନେ ଏକାଧିକ ଫ୍ରଣ୍ଟରେ ଲଢିବାକୁ ସକ୍ଷମ ଅଟନ୍ତି। ଏହା ଏସଏସିର ଚିନ୍ତା ବଢାଇ ଦେଇଛି।

Related Articles

Leave a Reply

Your email address will not be published.

Back to top button