ସୁଦାନରେ ଗୃହଯୁଦ୍ଧ: ଫସିରହିଛନ୍ତି ୩ହଜାରରୁ ଅଧିକ ଭରତୀୟ

ନୂଆଦିଲ୍ଲୀ: ସୁଦାନରେ ଶୋଚନୀୟ ଅବସ୍ଥା । ଗୃହ ଯୁଦ୍ଧ ରଚୁଛି ମୃତ୍ୟୁର ତାଣ୍ଡବ । ଦିନକୁ ଦିନ ମୃତକଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ବହୁ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ମେଡିକାଲରେ ଉପରେ ମଧ୍ୟ ବାରମ୍ବାର ଆକ୍ରମଣ କରାଯାଉଥିବାରୁ ସ୍ୱାସ୍ଥ୍ୟ ସେବା ବାଧାପ୍ରାପ୍ତ ହେଉଛି । ସେପଟେ ସୁଦାନରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି । ଭାରତ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରୟାସ କରାଯାଇଛି । ସେଠାରେ ପ୍ରାୟ ୩ହଜାରରୁ ଅଧିକ ଭରତୀୟ ଫସି ରହିଥିବା ଜଣାପଡିଛି । ଭାରତ ପକ୍ଷରୁ ବାୟୁସେନାର ୨ଟି ବିମାନ ପଠାଯାଇଥିବା ବେଳେ ଭାରତୀୟ ନୌସେନା ସଜାଗ ରହିଛି । ଫସି ରହିଥିବା ଭାରତୀୟ ମାନଙ୍କୁ ସୁଦାନରୁ ଉଦ୍ଧାର କରିବାକୁ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସୁଦାନର ବିିଭିନ୍ନ ଅଧିକାରୀଙ୍କଠାରୁ ନେଇ ସାଉଦି ଆରବ, ମିଶର ଓ ଆମେରିକା ସହିତ ଲାଗାତର ଭାବେ ଯୋଗାଯାେଗ କରାଯାଉଛି । ଭାରତୀୟ ଦୂତାବାସ ପକ୍ଷରୁ ଫସି ରହିଥିବା ଲୋକଙ୍କ ସହ ନିୟମିତ ଯୋଗାଯୋଗ କରାଯିବା ସହ ଅନାବଶ୍ୟକ ସମସ୍ୟାରୁ ଦୂରେଇ ରହିବାକୁ ପରାମର୍ଶ ଓ ସଚେତନ କରାଯାଉଛି । ଭାରତୀୟ ନାଗରିକ ମାନଙ୍କୁ ସେଠାରୁ ଉଦ୍ଧାର କରିବାକୁ ଆରମ୍ଭ ହୋଇଥିବା ଏହି ମିଶନ କିଭଳି ସଫଳ ହେବ ସେଥିପ୍ରତି ସମସ୍ତ ପ୍ରୟାସ କରାଯାଉଛି ।

Related Articles

Leave a Reply

Your email address will not be published.

Back to top button