ଭାରତ ଉପରେ ଅଭିଯୋଗ ଆଣିଥିବା କାନାଡାର ବଦଳିଲା ସ୍ଵର

ନୂଆଦିଲ୍ଲୀ: ଭାରତ ଉପରେ ଅଭିଯୋଗ ଆଣିଥିବା କାନାଡା ସରକାର ଏବେ ନିଜ ସ୍ଵର ବଦଳାଇଛନ୍ତି। କାନାଡା ସରକାର କହିଛନ୍ତି ଯେ, ଖଲିସ୍ତାନୀ ସମର୍ଥକ ନେତା ହରଦୀପ ସିଂ ନିଜ୍ଜରଙ୍କ ସହଯୋଗୀଙ୍କ ଘରକୁ ଟାର୍ଗେଟ କରି ଗୁଳି ଚଳାଇଥିବା ୨ ଜଣ ଯୁବକଙ୍କୁ ଗିରଫ କରାଯାଇଛି। ଏହି ପ୍ରସଙ୍ଗରେ କୌଣସି ବିଦେଶୀ ହସ୍ତକ୍ଷେପ ହୋଇନାହିଁ। ମଙ୍ଗଳବାର ଦିନ କାନାଡାର ଆଇନ ପ୍ରଣୟନକାରୀଙ୍କ ଦ୍ଵାରା ଏକ ବିଜ୍ଞପ୍ତି ଜାରି କରାଯାଇଥିଲା। ଏହି ବିଜ୍ଞପ୍ତିରେ, ରୟାଲ କାନାଡିୟ ମାଉଣ୍ଟେଡ ପୋଲିସର ସରେ ଟିମ ସୂଚନା ଦେଇଛି ଯେ, ଘଟଣା ସମୟରେ ଏହି ଘଟଣା ଏକ ବିଦେଶୀ ଦେଶର ହସ୍ତକ୍ଷେପ ସହ ଜଡିତ ଥିବାର ଅନୁମାନ କରାଯାଇଥିଲା। ତଥାପି, ଯେତେବେଳେ ଯାଞ୍ଚ କରାଯାଇଥିଲା, ଏହି ପ୍ରସଙ୍ଗରେ ବିଦେଶୀ ହସ୍ତକ୍ଷେପର କୌଣସି ପୃଷ୍ଟି ହୋଇନାହିଁ।

Related Articles

Leave a Reply

Your email address will not be published.

Back to top button