ଇସ୍ରାଏଲର ଟାର୍ଗେଟ୍‌ରେ ସିରିଆ, ୨ ବିମାନ ବନ୍ଦର ଉପରେ କଲା ଏୟାରଷ୍ଟ୍ରାଇକ୍‌

ଜେରୁଜେଲମ: ଗତ କିଛି ଦିନ ହେବ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ଉଭୟ ପକ୍ଷରୁ ଏହି ଯୁଦ୍ଧରେ ହଜାର ହଜାର ଲୋକ ପ୍ରାଣ ହରାଇ ସାରିଲେଣି। ହମାସର ଯୁଦ୍ଧ ପରେ ଇସ୍ରାଏଲ ବର୍ତ୍ତମାନ ଆକ୍ରମଣାତ୍ମକ ହୋଇପଡିଛି। ଇସ୍ରାଏଲ ମଧ୍ୟ ସିରିଆରେ ଦୁଇଟି ବିମାନବନ୍ଦରକୁ ଟାର୍ଗେଟ୍‌ କରିଛି। ସିରିଆର ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇସ୍ରାଏଲ ରାଜଧାନୀ ଡାମାସକରଏବଂ ଆଲପ୍ପୋ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏୟାର ଷ୍ଟ୍ରାଇକ କରିଛି। ଆକ୍ରମଣ ପରେ ରନୱେ କ୍ଷତିଗ୍ରସ୍ତ ହୋଇଥିବା ବେଳେ କାମ ବନ୍ଦ ହୋଇଯାଇଛି। ସାମରିକ ଅଧିକାରୀ କହିଛନ୍ତି , ଏହି ଆକ୍ରମଣରେ କୌଣସି କ୍ଷୟକ୍ଷତି ହୋଇନାହିଁ।

Related Articles

Leave a Reply

Your email address will not be published. Required fields are marked *

Back to top button