୧୦ସେକେଣ୍ଡ ପାଇଁ ବଳାତ୍କାର କରିବାରୁୁ ହେଲାନି ଦଣ୍ଡାଦେଶ, କୋର୍ଟଙ୍କ ଅଦ୍ଭୁତ ରାୟ

ରୋମ,୧୫।୭: ୧୦ସେକେଣ୍ଡ ପାଇଁ ଦୁଷ୍କର୍ମ କିମ୍ବା ର୍ଦୁବ୍ୟବହାର କଲେ ହେବନି ଦଣ୍ଡାଦେଶ। ଏପରି ଏକ ଅଦ୍ଭୁତ ରାୟ ଦେଇଛନ୍ତି ଇଟାଲୀ କୋର୍ଟ। ଇଟାଲୀରେ ଜଣେ ବ୍ୟକ୍ତି ଯୌନ ନିର୍ଯାତନା ଅଭିଯୋଗରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଅଭିଯୁକ୍ତ ନାବାଳିକାକୁ କିଛି ସେକେଣ୍ଡ ପାଇଁ ର୍ଦୁବ୍ୟବହାର କରିଥିଲେ ଯାହାଲାଗି କୋର୍ଟ ତାଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। କୋର୍ଟର ଏହି ରାୟରେ ଇଟାଲୀରେ ବିରୋଧ କରାଯାଇଛି। ଇଟାଲୀ ନାଗରିକମାନେ ଏହି ପ୍ରସଙ୍ଗରେ ବ୍ୟଙ୍ଗାତ୍ମକ ଭାବରେ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିଛନ୍ତି। ସେମାନେ ନିଜର ଇନର ପାର୍ଟକୁ ଛୁଇଁ ୧୦ ସେକେଣ୍ଡର ଭିଡିଓ ପ୍ରସ୍ତୁତ କରିବା ସହ ହ୍ୟାସଟ୍ୟାଗ ବ୍ୟବହାର କରି ସୋସିଆଲ ମିଡିଆରେ ନିଜ ବାର୍ତ୍ତା ଦେଇଛନ୍ତି। ସୂଚନାଯୋଗ୍ୟ, ରୋମର ଏକ ଉଚ୍ଚ ବିଦ୍ୟାଳୟରେ ଅଭିଯୁକ୍ତ ଜଣକ ଜଣେ ୧୭ବର୍ଷିୟ ଛାତ୍ରୀ ଦୁର୍ବ୍ୟବହାର କରିଥିଲେ। ଛାତ୍ରୀ କ୍ଲାସ ଆଟେଣ୍ଡେ କରିବାକୁ ପାହାଚରେ ଯିବା ସମୟରେ ସ୍କୁଲର କେୟାର ଟେକର୍‌ ତାଙ୍କ ପ୍ୟାଣ୍ଟକୁ ଟାଣି ଦେଇଥିଲେ। ସେ ତାଙ୍କ ଅନ୍ତବସ୍ତ୍ରକୁ ଧରି ଇନର ପାର୍ଟକୁ ଛୁଇଁଥିଲେ। ଏନେଇ ନାବାଳିକା ଜଣକ ପୋଲିସ ନିକଟରେ ଅଭିଯୋଗ କରିଥିଲେ। କୋର୍ଟ ଶୁଣାଣି ସମୟରେ ଅଭିଯୁକ୍ତ ଦୋଷ ସ୍ବୀକାର କରିଥିଲେ ଏବଂ ଛାତ୍ରୀଙ୍କ ସହ ଥଟ୍ଟା କରିଥିଲେ ବୋଲି କହିଥିଲେ। ନାବାଳିକାଙ୍କ ଓକିଲ ସାଢେ ତିନି ବର୍ଷ ଜେଲ ଦଣ୍ଡ ଦେବାକୁ କହିଥିଲେ ମଧ୍ୟ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ମାମଲାର ଶୁଣାଣି କରି ବିଚାରପତି ରାୟ ଦେଇଥିଲେ ଯେ, ଅଭିଯୁକ୍ତି ୧୦ସେକେଣ୍ଡରୁ କମ ସମୟ ଦୁର୍ବ୍ୟବହାର କରିଛନ୍ତି ତେଣୁ ଆଇନ୍‌ ଅନୁସାରେ ଏହା ଅପରାଧ ନୁହେଁ।

Related Articles

Leave a Reply

Your email address will not be published. Required fields are marked *

Back to top button