ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ଘରେ ଚଢଉ

ନୂଆଦିଲ୍ଲୀ : ଅଡ଼ୁଆରେ ପଡ଼ିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ତାଙ୍କ ଘରେ ଫେଡେରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ ବା (ଏଫବିଆଇ) ପକ୍ଷରୁ ଚଢଉ ହୋଇଛି। ତାଙ୍କର ଫ୍ଲୋରିଡା ସ୍ଥିତ ଘର, ଫାର୍ମ ହାଉସ୍‌ ଓ ରିସୋର୍ଟରେ ଚଢଉ ଜାରି ରହିଛି। ହ୍ଵାଇଟ ହାଉସ୍‌ରୁ କାଗଜପତ୍ର ନେଇଥିବା ଅଭିଯୋଗରେ ରେଡ୍‌ କରାଯାଉଛି ।

ଫ୍ଲୋରିଡା ସ୍ଥିତ ପାମ ବିଚରେ ଥିବା ମୋ ସୁନ୍ଦର ଘର ମାର-ଏ-ଲାଗୋରେ ରେଡ କରୁଛି ଏଫବିଆଇ ବୋଲି କହିଛନ୍ତି ଟ୍ରମ୍ପ। ତାଙ୍କୁ ନଜଣାଇ ରେଡ୍‌ କରାଯାଇଥିବା ସେ ଅଭିଯୋଗ ଆଣିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଏହା ଆମେରିକା ପାଇଁ କଳା ଦିନ । ଜଣେ ପୂର୍ବତନ ରାଷ୍ଟ୍ରପତିଙ୍କ ସହ ଏପରି ପୂର୍ବରୁ କେବେ ହୋଇନଥିଲା । ସେ ତଦନ୍ତକାରୀ ଅଧିକାରୀଙ୍କୁ ସହଯୋଗ କରୁଛନ୍ତି। ୨୦୨୪ ନିର୍ବାଚ ନ ଲଢିବାକୁ ଏପରି ଷଡ଼ଯନ୍ତ୍ର କରାଯାଉଥିବା କହିଛନ୍ତି ଟ୍ରମ୍ପ।

Related Articles

Leave a Reply

Your email address will not be published.

Back to top button