ଗେହଲଟ୍‌ଙ୍କ ବିରୋଧରେ କେନ୍ଦ୍ରମନ୍ତ୍ରୀଙ୍କ ମାନହାନି ମୋକଦ୍ଦମା

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ବିରୋଧରେ ମାନହାନି ମୋକଦ୍ଦମା ରୁଜୁ କରିଛନ୍ତି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ୍ । ସଞ୍ଜିବନୀ କୋ-ଅପରେଟିଭ୍ ସୋସାଇଟୀ ଦୁର୍ନୀତିରେ ଶେଖାୱତ୍‌ଙ୍କ ସଂପୃକ୍ତି ପଦାରେ ପଡିଛି ବୋଲି ଗେହଲଟ୍ ଗତ ଫେବୃଆରୀରେ ମନ୍ତବ୍ୟ ଦେଇଥିଲେ । ଏହି ମାମଲାରେ ଶେଖାୱତ୍ ଅଭିଯୁକ୍ତ ତାଲିକାଭୁକ୍ତ ହୋଇଛନ୍ତି । ଅନ୍ୟ ଅଭିଯୁକ୍ତମାନେ ଗିରଫ ହୋଇସାରିଥିବାବେଳେ କ୍ଷମତାର ଅପବ୍ୟବହାର କରି ଶେଖାୱତ୍ ଗିରଫଦାରୀ ଏଡାଇ ଚାଲିବା ସହ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି ଗେହଲଟ୍ କହିଥିଲେ । ଏକ ଲକ୍ଷ ଉପଭୋକ୍ତାଙ୍କ ପ୍ରାୟ ୯୦୦ କୋଟି ଟଙ୍କାକୁ ସଞ୍ଜିବନୀ ସୋସାଇଟୀ ହଡପ କରିଥିବା ଗେହଲଟ୍ ଅଭିଯୋଗ କରିଛନ୍ତି । ଏଥିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଶେଖାୱତ୍ ଦିଲ୍ଲୀର ରୋଜ୍ ଏଭିନ୍ୟୁ କୋର୍ଟରେ ଗେହଲଟ୍‌ଙ୍କ ବିରୋଧରେ ମାନହାନି ମୋକଦ୍ଦମା ରୁଜୁ କରିଥିବା ଜଣାପଡିଛି ।

Related Articles

Leave a Reply

Your email address will not be published.

Back to top button