ପୁଲିସକୁ ପଥର ଓ ବୋତଲ ମାଡ଼

ଭୁବନେଶ୍ବର: ଖଲ୍ଲିକୋଟ ନିର୍ବାଚନୀ ହିଂସାକାଣ୍ଡ ଘଟଣାରେ ଏକ ବଡ଼ କବର ସାମନାକୁ ଆସିଛି ।  ହିଂସାକାଣ୍ଡ ଘଟଣାରେ ପୁଲିସ ଏବେ ସୁଦ୍ଧା ୮ ଜଣଙ୍କୁ ଗିରଫ କରିଥିବାବେଳେ ଆଜି ସେମାନଙ୍କୁ ଥାନାରୁ ନେବାବେଳେ  ଆନେ୍ଦାଳନକାରୀମାନେ ପୁଲିସ ଗାଡ଼ିକୁ ଘେରିଥିଲେ । ପରେ ପୁଲିସ ଉପରକୁ ପଥର ଓ ପାଣି ବୋତଲ ମାଡ଼ କରିଛନ୍ତି । ଆନେ୍ଦାଳନକାରୀଙ୍କ ପଥର ମାଡ଼ରେ ପୁଲିସ ଗାଡ଼ିର କାଚ ଭାଙ୍ଗିଥିବା ଜଣାଯାଇଛି । ତେବେ ଉତ୍ତ୍ୟେକ୍ତ ଲୋକଙ୍କୁ ଘଉଡ଼ାଇବା ପାଇଁ ପୁଲିସ ଲାଠିଚାର୍ଜ କରିଥିବା ଜଣାଯାଇଛି । ସବୁଠୁ ବଡ଼ କଥା ହେଲା ଯେ ପୁଲିସ ଲୋକଙ୍କୁ ପିଟିବା ସହ ରାସ୍ତାକଡ଼ରେ ଥିବା ଗାଡ଼ିଗୁଡ଼ିକୁ ମଧ୍ୟ ଭାଙ୍ଗିଦେଇଛି । ଗଣମାଧ୍ୟମ ପ୍ରତିନିଧିଙ୍କ ଗାଡ଼ିସହ ରାସ୍ତାକଡ଼ରେ ଥିବା ଗାଡ଼ିକୁ ପଥରରେ ଛେଚି ଭାଙ୍ଗି ଦେଇଛି । ଖଲ୍ଲିକୋଟରେ ରାଜନୈତିକ ହିଂସା ଦେଖିବାକୁ ମିଳିଥିଲା । ବିଜେପି ଓ ବିଜେଡି କର୍ମୀ ପୋଷ୍ଟର ମାରିବାକୁ ନେଇ ମୁହାଁମୁହିଁ ହୋଇଥିଲେ । ମାରଣାସ୍ତ୍ରରେ ଦୁଇ ଗୋଷ୍ଠୀ ହଣାହଣି ହୋଇଥିଲେ । ଏଥିରେ ଜଣେ ବିଜେପି କର୍ମୀ ପ୍ରାଣ ହରାଇଛନ୍ତି । ତାଙ୍କ ନାଁ ଦିଲୀପ ପାହାନ ବୋଲି ଜଣାପଡ଼ିଛି । ଅନ୍ୟ ୭ ଗୁରୁତରଙ୍କୁ ଚିକିତ୍ସା ପାଇଁ ଏମକେସିଜିରେ ଭର୍ତି କରାଯାଇଛି । ବିଜେପି କର୍ମୀଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଉତେଜନା ପ୍ରକାଶ ପାଇଥିଲା । ଏହା ପରେ ଏହି ରାଜନୈତିକ ହିଂସାକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ତୁରନ୍ତ କାର୍ୟ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆଉ ଏହି ମାମଲାରେ ସମ୍ପୃକ୍ତ ୮ଜଣଙ୍କୁ ଗିରଫ କରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ପେରାର ଥିବା ବେଳେ, ତାକୁ ଗିରଫ କରିବା ପାଇଁ ଚେଷ୍ଟା ଜାରି ରହିଛି।ଖଲ୍ଲିକୋଟରେ ନିର୍ବାଚନୀ ହିଂସାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିନ୍ଦା କରିଛନ୍ତି। ସୋସିଆଲ ମିଡ଼ିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଖଲ୍ଲିକୋଟ ଅଞ୍ଚଳରେ ଘଟିଥିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ତଥା ଦୁଃଖଦ। ମୁଁ ଏନେଇ ଗଭୀର ବିବ୍ରତ ଓ ଦୁଃଖିତ। ଏଭଳି ହିଂସା ଘଟଣାର ଆମ ଗଣତନ୍ତ୍ର ଏବଂ ନାଗରିକ ସମାଜରେ କୌଣସି ସ୍ଥାନ ନାହିଁ। ମୁଁ ଏହି ଘଟଣାକୁ ଦୃଢ଼ ନିନ୍ଦା କରୁଛି। ନିଜ ପ୍ରିୟଜନଙ୍କୁ ହରାଇଥିବା ପୀଡ଼ିତ ପରିବାରଙ୍କୁ ମୋର ଗଭୀର ସମବେଦନା। ଆହତମାନଙ୍କ ଶୀଘ୍ର ସୁସ୍ଥତା ପାଇଁ ପ୍ରାର୍ଥନା କରୁଛି। ମୁଁ ନିଶ୍ଚିତ ଯେ ଏହି ଜଘନ୍ୟ ଅପରାଧର ଅପରାଧୀଙ୍କ ବିରୋଧରେ ପୁଲିସ ଦୃଢ଼ ତଥା ଦୃଷ୍ଟାନ୍ତମୁଳକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବ।

Related Articles

Leave a Reply

Your email address will not be published.

Back to top button