ଓଡିଆ ଦମ୍ପତ୍ତିଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍‌ କି ବାତ୍‌ କାର୍ୟ୍ୟକ୍ରମ । ରବିବାର ୧୧୦ତମ ମନ କି ବାତ୍ କାର୍ୟ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ। ଆଜିର କାର୍ୟ୍ୟକ୍ରମରେ ଓଡିଆ ଦମ୍ପତ୍ତି ସ୍ଥାନ ପାଇଛନ୍ତି। କଳାହାଣ୍ଡିର ଜୟନ୍ତୀ ମହାପାତ୍ର ଓ ତାଙ୍କ ସ୍ବାମୀ ବୀରେନ୍ ସାହୁଙ୍କୁ ପ୍ରଶଂସା କରାଯାଇଛି। ଉଭୟେ ବେଙ୍ଗାଲୁରୁରେ ମ୍ୟାନେଜ୍‌ମେଣ୍ଟରେ ଉଚ୍ଚ ଶିକ୍ଷିତ। ଉଚ୍ଚ ଶିକ୍ଷିତ ହୋଇ ବି ଛେଳି ପାଳନ କରି ଉଦାହରଣ ସୃଷ୍ଟି କରିଛନ୍ତି। ନିଜେ ସଶକ୍ତ ହେବା ସହ ସାଥୀ ଗ୍ରାମବାସୀ ମାନଙ୍କୁ ମଧ୍ୟ ସଶକ୍ତ କରିଛନ୍ତି। ମାଣିକସ୍ତୁ ଗୋଟ୍ ବ୍ୟାଙ୍କ୍ କରି ଅନ୍ୟମାନଙ୍କୁ ସହାୟକ ହେଉଛନ୍ତି। କଳାହାଣ୍ଡି ସାଲେଭଟା ଗାଁରୁ ଆସି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ୫୦ଟି ଗାଁର ପ୍ରାୟ ୧ ହଜାର ଲୋକ ସେମାନଙ୍କ ଦ୍ବାରା ଉପକୃତ ହୋଇଛନ୍ତି। ଅନ୍ୟପକ୍ଷରେ ଲୋକସଭା ନିର୍ବାଚନ ପାଇଁ ଆସନ୍ତା ୩ ମାସ ମନ୍ କି ବାତ୍‌ କାର୍ୟ୍ୟକ୍ରମ ବନ୍ଦ ରହିବା ନେଇ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ମାର୍ଚ୍ଚ ମାସରୁ  ନିର୍ବାଚନ ଆଚରଣ ବିଧି ଲାଗୁ ହେବ । ତେଣୁ କାର୍ୟ୍ୟକ୍ରମ ବନ୍ଦ ରହିବ। ୧୧୧ତମ ଏପିଏମ୍ ୩ ମାସ ପରେ ଶୁଭାରମ୍ଭ ହୋଇପାରେ।  ଏହି ସମୟରେ ମନ୍ କି ବାତ୍‌ର ଛୋଟ ଭିଡିଓ କରି ସେୟାର କରନ୍ତୁ। ୟୁଟ୍ୟୁବ୍ ସର୍ଟ ଜରିଆରେ ଅଧିକରୁ ଅଧିକ ସେୟାର କରନ୍ତୁ। ଆହୁରି ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି ଆଜି ଭାରତର ମହିଳା ଶକ୍ତି ପ୍ରତ୍ୟେକ କ୍ଷେତ୍ରରେ ପ୍ରଗତିର ନୂତନ ଉଚ୍ଚତାକୁ ସ୍ପର୍ଶ କରୁଛି। ଆଜି ପ୍ରତ୍ୟେକ ଗ୍ରାମରେ ଡ୍ରୋନ୍‌ ଦିଦି ଉପରେ ଆଲୋଚନା ହେଉଛି। ସମସ୍ତଙ୍କ ଓଠରେ ନମୋ ଡ୍ରୋନ୍‌ ଦିଦି, ନମୋ ଡ୍ରୋନ୍‌ ଦିଦି ରହିଛି। ଏହି ନମୋ ଡ୍ରୋନ୍‌ ଦିଦି ଦେଶରେ କୃଷିକୁ ଆଧୁନିକୀକରଣ କରିବା ପାଇଁ ଏକ ଉତ୍ତମ ମାଧ୍ୟମ ପାଲଟିଛି।

Related Articles

Leave a Reply

Your email address will not be published.

Back to top button