କର୍ତ୍ତବ୍ୟ ପଥରେ ବିଶ୍ବ ଦେଖିଲା ଓଡ଼ିଶା ପ୍ରଜ୍ଞାପନ ମେଢ, କୋରାପୁଟ କଫିଠୁ ସେମିକଣ୍ଟକ୍ଟର ଚିପ୍‌ ପ୍ରଦର୍ଶିତ

ନୂଆଦିଲ୍ଲୀ: କର୍ତ୍ତବ୍ୟ ପଥରେ ପ୍ରଦର୍ଶିତ ହେଲା ଓଡ଼ିଶାର ପ୍ରଜ୍ଞାପନ ମେଢ । ଯେଉଁଥିରେ ପରମ୍ପରାରୁ ପ୍ରଗତି ଆତ୍ମନିର୍ଭର ଭାରତ ବାର୍ତ୍ତା ଦେଇଥିଲା ଓଡ଼ିଶାର ପ୍ରଜ୍ଞାପନ ମେଢ । ଏଥିରେ କୋରାପୁଟ କଫି, ମହିଳାଙ୍କ ନେତୃତ୍ବ, ସେମି କଣ୍ଡକ୍ଟର, ତାରକସି ଓ ପଟ୍ଟଚିତ୍ର କାର୍ଯ୍ୟ ପ୍ରଦର୍ଶିତ କରାଯାଇଥିଲା । କଳାକାର ଗଜେନ୍ଦ୍ର ସାହୁଙ୍କ ସହ କିଛି କଳାକାର ଏହି ପ୍ରଜ୍ଞାପନ ମେଢ ପ୍ରସ୍ତୁତ କରିଥିଲେ । ଏହାର ଦୈର୍ଘ୍ୟ 45 ଫୁଟ, ଚଉଡା 14 ଫୁଟ, ଉଚ୍ଚତା 16 ଫୁଟ୍‌ ରହିଥିଲା । ଓଡ଼ିଶା ପ୍ରଜ୍ଞାପନ ମେଢରେ ମହିଳା ସଶକ୍ତିକରଣ, ରାଜ୍ୟରେ କୃଷି ଉତ୍କୃଷ୍ଟତା ପ୍ରତିନିଧି ସ୍ବରୂପ କୋରାପୁଟ କଫି, ପ୍ରଯୁକ୍ତି ବିଦ୍ୟାରେ ଓଡିଶାର ଅଗ୍ରଗତି ସ୍ବରୂପ ସିଲିକନ ସେମିକଣ୍ଟକ୍ଟର ଚିପ୍‌, ଉତ୍କୃଷ୍ଟ କଳାର ରାଜ୍ୟ ଭାବେ ପଟ୍ଟଚିତ୍ର ଓ ତାରକସି କାର୍ଯ୍ୟ ପ୍ରଦର୍ଶିତ କରାଯାଇଥିଲା । ଏଥିସହ କୋଣାର୍କ ସୂର୍ଯ୍ୟ ମନ୍ଦିର, ଡୋକରା ଶିଳ୍ପ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲା । କର୍ତ୍ତବ୍ୟ ପଥରେ ଆଗକୁ ଆଗ ବଢୁଥାଏ ଓଡ଼ିଶା ପ୍ରଜ୍ଞାପନ ମେଢ । ସାଙ୍ଗରେ କଳାକାରଙ୍କ ଚଇତି ଘୋଡା ନୃତ୍ୟ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା । ଚଇତି ଘୋଡା ନୃତ୍ୟରେ ଓଡ଼ିଶାର ଲୋକକଳା ପ୍ରଦର୍ଶିତ ହୋଇଥିଲା । ଏହାକୁ ମନଭରି ଉପଭୋଗ କରିଥିଲେ କର୍ତ୍ତବ୍ୟ ପଥରେ ଯୋଗ ଦେଇଥିବା ପ୍ରାୟ 10 ହଜାରରୁ ଊର୍ଦ୍ଧ୍ବ ଅତିଥି ।

Related Articles

Leave a Reply

Your email address will not be published. Required fields are marked *

Back to top button