ଋଷିଆ ଇତିହାସରେ ରେକର୍ଡ ବିଜୟ: ୫ମ ଥର ପାଇଁ ରାଷ୍ଟ୍ରପତି ହେଲେ ପୁଟିନ୍‌

ମସ୍କୋ: ପୁଣି ପଞ୍ଚମ ଥର ପାଇଁ ଋଷିଆର ରାଷ୍ଟ୍ରପତ ହୋଇଛନ୍ତି ଭ୍ଲାଦିମିର ପୁଟିନ। ନିକଟରେ ହୋଇଥିବା ନିର୍ବାଚନରେ ତାଙ୍କୁ ୮୮ପ୍ରତିଶତ ଭୋଟ ମିଳିଛି । ଏବେ ସେ ଆଗାମୀ ୬ବର୍ଷ ପାଇଁ ଶାସନରେ ରହିବେ । କହି ରଖୁଛୁ କି ଗତ ୨୪ବର୍ଷରେ ପୁଟିନଙ୍କୁ ପରାସ୍ତ କରିବାରେ କେହି ସକ୍ଷମ ହୋଇନାହାନ୍ତି । ୟୁକ୍ରେନ ସହିତ ଯୁଦ୍ଧ, ବିରୋଧୀଙ୍କ ବିରୋଧ ସତ୍ତ୍ୱେ ପୁଟିନଙ୍କ ବିଜୟ ଉପରେ କିଛି ପ୍ରଭାବ ପଡିନାହିଁ । ଦୀର୍ଘ ୨୪ବର୍ଷ ହେଲା ଋଷିଆରେ ଶାସନ ଗାଦିରେ ବସିଛନ୍ତି ଭ୍ଲାଦିମର ପୁଟିନ । ପୁଣି ଥରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି । ଋଷିଆର ଇତିହାସରେ ପୁଟିନ ସର୍ବାଧିକ ଭୋଟ ପାଇ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି । ତାଙ୍କୁ ୮୭.୮% ଭୋଟ ମିିଳିଛି। ପୁଟିନଙ୍କ ପ୍ରତିଦ୍ୱନ୍ଦ୍ୱୀ ନିକୋଲେ ଖାରିତୋନୋଭ ମାତ୍ର ୪% ଭୋଟ ପାଇଛନ୍ତି। ଭ୍ଲାଦିମିର ପୁଟିନଙ୍କୁ ୭୧ବର୍ଷ ବୟସ । ଏହି ବିଜୟ ସହିତ ସେ ୨୦୩୦ ପର୍ଯ୍ୟନ୍ତ ରାଷ୍ଟ୍ରପତି ରହିବେ । ଦେଶର ୨ଶହ ବର୍ଷର ଇତିହାସରେ ସେ ସର୍ବାଧିକ କାଳ କ୍ଷମତାରେ ରହି ଯୋଶେଫ ଷ୍ଟାଲିନଙ୍କ ରେକର୍ଡ ଭଙ୍ଗ କରିବେ ।

Related Articles

Leave a Reply

Your email address will not be published.

Back to top button