ଆସନ୍ତାକାଲିଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେସନ

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେସନ। ଏହି ଅଧିବେସନ ଅଗଷ୍ଟ 12 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଲମ୍ବା ଅଧିବେସନରେ ଆସିବ ବିଭିନ୍ନ ପ୍ରସଂଗ। ଅପରେସନ ସିନ୍ଦୁର ଠାରୁ ଆରମ୍ଭ କରି ବିହାରରେ ଭୋଟର ସଂଶୋଧନ ପକ୍ରିୟା ଏପରିକି ଭାରତ ପାକିସ୍ଥାନ ଅସ୍ତ୍ର ବିରତି ନେଇ ଆମେରିକା ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ସଂପର୍କରେ ଆଲୋଚନା ହେବ। ଏହି ପ୍ରସଂଗକୁ ନେଇ ବିରୋଧୀ, ଶାସକ ଦଳକୁ ନିଶ୍ଚିତ ଘେରିବେ ବୋଲି ସ୍ପଷ୍ଟ ହୋଇଯାଇଛି। ତେବେ ଏହି ବଡବଡ ଘଟଣା ଭିତରେ ଓଡିଶାର ବାଲେଶ୍ବର ଓ ନିମାପଡା ଘଟଣା ପ୍ରଂସଗ ଆସିବ କି ନାହିଁ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଯଦି ଆସିବ ତେବେ ତାହା ସଂସଦରେ ହୁଲୁସ୍ତୁଲ କରିବ କି ନାହିଁ ତାହା ମଧ୍ୟ ସନ୍ଦେହ ଘେରରେ ରହିଛି। କାରଣ ଓଡିଶାର ଏହି ବଡ ଘଟଣାକୁ ନେଇ ସଂସଦର ଉଭୟ ଗୃହରେ ହୁଲୁସ୍ତୁଲ କରିବାକୁ କେହି ନାହାଁନ୍ତି। ସଂସଦରେ ଓଡିଶାର ବିରୋଧୀଙ୍କ ପ୍ରତିନିଧିତ୍ବ ଏକ ପ୍ରକାରର ଶୂନ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ଏହି ଘଟଣାରେ କଂଗ୍ରେସ ସଂସଦରେ ପ୍ରମୁଖ ପ୍ରସଂଗ କରିବ ବୋଲି ଆଗରୁ ଘୋଷଣା କରିଛି। କଂଗ୍ରେସ ଆନ୍ଦୋଳନରେ ଯୋଗଦେବାକୁ ଆସିଥିବା ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସ ଓଡିଶାର ଏହି ଘଟଣା ଉପରେ ସଂସଦରେ ଚର୍ଚ୍ଚା କରିବ। ଶାସକ ଦଳକୁ ଘେରାଉ କରିବ। ହେଲେ ଓଡିଶାରୁ କଂଗ୍ରେସର ପ୍ରତିନିଧିତ୍ବ ମାତ୍ର ଏକ। ଏପରି ସ୍ଥଳରେ ସଂସଦରେ ଓଡିଶା ସାଂସଦଙ୍କ ସ୍ବର କିପରି ଉଠିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button