ଏସୀୟ କ୍ରିକେଟ୍ ପରିଷଦର ସଭାପତି ରହିବେ ଜୟ ଶାହା, କ୍ରମାଗତ ତୃତୀୟ ଥର ପାଇଁ ନେବେ ଦାୟିତ୍ଵ

ନୂଆଦିଲ୍ଲୀ: ଏସୀୟ କ୍ରିକେଟ୍ ପରିଷଦର ବାର୍ଷିକ ବୈଠକରେ ଏକ ବଡ ନିଷ୍ପତ୍ତି ନିଆଯାଇଛି। ବାସ୍ତବରେ ବିସିସିଆଇ ସଚିବ ଜୟ ଶାହା ଏସୀୟ କ୍ରିକେଟ୍ ପରିଷଦର ସଭାପତି ରହିବେ। ଜୟ ଶାହା କ୍ରମାଗତ ତୃତୀୟ ଥର ପାଇଁ ଏସୀୟ କ୍ରିକେଟ୍ ପରିଷଦର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି। ଏସୀୟ କ୍ରିକେଟ୍ ପରିଷଦର ବାର୍ଷିକ ବୈଠକରେ ଏହାକୁ ଅନୁମୋଦନ ମିଳିଛି। ଶ୍ରୀଲଙ୍କା କ୍ରିକେଟ୍ (SLC) ସଭାପତି ଶମ୍ମୀ ସିଲଭା ଜୟ ଶାହାଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଥିଲେ। ଏହାପୂର୍ବରୁ ଶମ୍ମୀ ସିଲଭା ଜୟ ଶାହାଙ୍କ ନାମ ରଖିଥିଲେ। ଏହା ପରେ ଅନ୍ୟ ସମସ୍ତ ସଦସ୍ୟ ସର୍ବସମ୍ମତି କ୍ରମେ ଜୟ ଶାହାଙ୍କ ନାମକୁ ଅନୁମୋଦନ କରିଥିଲେ। ଜୟ ଶାହା ପ୍ରଥମ ଥର ପାଇଁ ଜାନୁୟାରୀ ୨୦୨୧ରେ ଏସୀୟ କ୍ରିକେଟ୍ ପରିଷଦର ସଭାପତି ଭାବରେ ଦାୟିତ୍ଵ ଗ୍ରହଣ କରିଥିଲେ। ଏହାପୂର୍ବରୁ ବାଂଲାଦେଶ କ୍ରିକେଟ୍ ବୋର୍ଡ ସଭାପତି ନଜମୁଲ ହାସନ ଏସୀୟ କ୍ରିକେଟ୍ ପରିଷଦର ସଭାପତି ଦାୟିତ୍ଵ ତୁଲାଉଥିଲେ।

Related Articles

Leave a Reply

Your email address will not be published.

Back to top button