ଆଇପିଏଲ୍‌ର ପ୍ରଥମ ପାଞ୍ଚ ସପ୍ତାହରେ ଜିଓ ସିନେମାରେ ରେକର୍ଡ ୧୩୦୦ କୋଟିରୁ ଅଧିକ ଭିଡିଓ ଭିଉ ହାସଲ

ମୁମ୍ବାଇ/ ଭୁବନେଶ୍ୱର: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍‌)ର ଅଫିସିଆଲ ଡିଜିଟାଲ୍ ଷ୍ଟ୍ରିମିଂ ପାର୍ଟନର ଜିଓ ସିନେମା ଡିଜିଟାଲ୍ ମାଧ୍ୟମରେ କ୍ରୀଡ଼ା କାର୍ଯ୍ୟକ୍ରମକୁ ଦେଖିବାରେ ବିଶ୍ୱସ୍ତରୀୟ ମାନଦଣ୍ଡ ସ୍ଥାପନ କରିଛି। ଆଇପିଏଲ୍‌ର ପ୍ରଥମ ପାଞ୍ଚ ସପ୍ତାହରେ ଜିଓ ସିନେମା ୧୩୦୦ କୋଟିରୁ ଅଧିକ ଭିଡିଓ ଭିଉ ହାସଲ କରିଛି। ପ୍ରଶଂସକ କୈନ୍ଦ୍ରୀକ ଉପସ୍ଥାପନା ଲାଗି ଜିଓ ସିନେମା ସହ ଦର୍ଶକମାନେ ଯୋଡ଼ିହୋଇରହିଛନ୍ତି ଏବଂ ଦର୍ଶକ ପିଛା ହାରାହାରି ଦେଖିବା ସମୟ ୬୦ ମିନିଟ୍‌କୁ ବୃଦ୍ଧି ପାଇଛି। କନେକ୍ଟେଡ୍ ଟିଭିରେ ଆଇପିଏଲ୍ ୨୦୨୩ ଏଚ୍‌ଡି ଟିଭି ତୁଳନାରେ ଦୁଇ ଗୁଣା ଅଧିକ ଦର୍ଶକଙ୍କ ପାଖରେ ପହଞ୍ଚିବାରେ ସଫଳ ହୋଇଛି। ଭାୟାକମ୍‌୧୮ ସ୍ପୋର୍ଟସ୍‌ର ସିଇଓ ଅନିଲ ଜୟରାଜ କହିଛନ୍ତି ଯେ ଜିଓ ସିନେମା ଅତିକ୍ରମ କରୁଥିବା ପ୍ରତିଟି ସପ୍ତାହରେ ଆହୁରି ମଜଭୁତ ହେବାରେ ଲାଗିଛି। ଆଇପିଏଲ୍ ମ୍ୟାଚ୍‌ଗୁଡ଼ିକୁ ଦେଖିବା ଲାଗି ଡିଜିଟାଲ ପ୍ଲାଟଫର୍ମକୁ ଦର୍ଶକମାନେ ନିଜ ପ୍ରଥମ ପସନ୍ଦ ଭାବେ ଗ୍ରହଣ କରିଥିବାରୁ ଏହା ସମ୍ଭବ ହୋଇଛି । ଉତ୍କୃଷ୍ଟ କ୍ରିକେଟ୍ ମ୍ୟାଚ୍ ଓ ଆମର ଦୃଢ଼ ପ୍ଲାଟଫର୍ମର ସମିଶ୍ରଣ ଏହା ପ୍ରମାଣିତ କରୁଛି ଯେ ଉଲ୍ଲେଖନୀୟ ସପ୍ତାହନ୍ତ କିଛି ବଡ଼ ହେବାର ଶୁଭାରମ୍ଭ ମାତ୍ର। ଆଇପିଏଲ୍ ଦେଖିବାରେ ଦର୍ଶକଙ୍କ ଅନଭୂତିରେ ଉନ୍ନତି ଆଣିବା ଆମେ ଜାରି ରଖିଛୁ ଏବଂ ଆମ ଉପରେ ଭରସା ପ୍ରକଟ କରିଥିବାରୁ ମୁଁ ଆମର ସମସ୍ତ ପ୍ରାୟୋଜକ, ବିଜ୍ଞାପନଦାତା ଓ ସହଯୋଗୀମାନଙ୍କୁ ମୁଁ କୃତଜ୍ଞତା ଜଣାଉଛି।’’ ୨୦୨୩ ଏପ୍ରିଲ୍ ୧୨ରେ ୨.୨୩ କୋଟି ଦର୍ଶକ ଚେନ୍ନାଇ ସୁପରକିଙ୍ଗସ୍ ଓ ରାଜସ୍ଥାନ ରୟାଲ୍‌ସ ମ୍ୟାଚ୍‌କୁ ଜିଓସିନେମାରେ ଦେଖିଥିଲେ। ଏହାର ପାଞ୍ଚ ଦିନ ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଚେନ୍ନାଇ ସୁପର କିଙ୍ଗ୍‌ସ ମ୍ୟାଚ୍‌କୁ ୨.୪ କୋଟି ଦର୍ଶକ ଜିଓ ସିନେମାରେ ଦେଖିଥିଲେ। ବର୍ତ୍ତମାନ ସୁଦ୍ଧା ମିଳିଥିବା ଜବରଦସ୍ତ ସମର୍ଥନକୁ ଦୃଷ୍ଟିରେ ରଖି ଜିଓ ସିନେମା ପକ୍ଷରୁ ଦର୍ଶକମାନଙ୍କୁ ଉଲ୍ଲସିତ କରିବା ଲାଗି ୩୬୦ ଡିଗ୍ରିରେ ଦେଖିବା ସୁବିଧା ପ୍ରଦାନ କରାଯାଇଛି। ଓଡ଼ିଆ ସମେତ ବିଭିନ୍ନ ଆଂଚଳିକ ଭାଷାରେ ଉପସ୍ଥାପନାକୁ ଦର୍ଶକମାନେ ବେଶ ପସନ୍ଦ କରୁଛନ୍ତି। ମଲ୍‌ଟି-କ୍ୟାମ୍‌, ହାଇପ ମୋଡ୍ ସହିତ ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା, ଫାଫ୍ ଡୁ ପ୍ଲେସିସ, ରଶିଦ ଖାନ୍‌, ଡେଭିଡ୍ ମିଲରଙ୍କ ଭଳି ପ୍ରତିଭାବାନ ଖେଳାଳିଙ୍କ ସାକ୍ଷାତକାର ଆଦି ଖେଳ ଦେଖିବା ଅନୁଭୂତିକୁ ସମୃଦ୍ଧ କରିଛି। ଜିଓସିନେମା ସହ ଯୋଡ଼ି ହୋଇଥିବା ବିଜ୍ଞାପନଦାତାଙ୍କ ସଂଖ୍ୟାରେ ମଧ୍ୟ ନୂଆ ରେକର୍ଡ ସ୍ଥାପନ ହୋଇଛି । ସେମାନଙ୍କ ସଂଖ୍ୟା ଆହୁରି ବଢ଼ିବ ବୋଲି ଆଶା କରାଯାଉଛି। ଆଇପିଏଲ୍ ପାଇଁ ଜିଓସିନେମା ସହିତ ଡ୍ରିମ୍‌୧୧, ଜିଓମାର୍ଟ, ଫୋନ୍‌ପେ, ଟିଆଗୋ ଇଭି, ଜିଓ, ଆପି ଫିଜ୍‌, ଇଟି ମନି, କାଷ୍ଟ୍ରଲ୍‌, ଟିଭିଏସ୍‌, ଓରିଓ, ବିଙ୍ଗୋ, ଷ୍ଟିଙ୍ଗ, ଆଜିଓ, ହାୟର, ରୁପେ, ଲୁଇ ଫିଲିପ ଜିନ୍‌ସ, ଆମାଜନ, ରାପିଡୋ, ଅଲ୍‌ଟ୍ରାଟେକ୍ ସିମେଂଟ୍‌, ପୁମା, କମଳା ପସନ୍ଦ, କିଙ୍ଗଫିସର ପାୱାର ସୋଡା, ଜିନ୍ଦଲ ପାନ୍ଥର ଟିଏମ୍‌ଟି ରିବାର, ସାଉଦି ପର୍ଯ୍ୟଟନ, ସ୍ପଟିଫାଏ ଏବଂ ଏଏମ୍‌ଏଫ୍‌ଆଇ ଆଦି ଯୋଡ଼ିହୋଇଛନ୍ତି। ଗୁଜରାଟ ଟାଇଟାନ୍ସ, ମୁମ୍ବାଇ ଇଣ୍ଡିଆନ୍‌ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲ୍ ଜିଓ ସିନେମା ସହ ସ୍ୱତନ୍ତ୍ର ସହଯୋଗିତା ସ୍ଥାପନ କରିଛନ୍ତି। ଆଇପିଏଲ୍‌ର ବିଶ୍ୱ ସ୍ତରୀୟ ଉପସ୍ଥାପନା ଲାଗି ସଚିନ ତେନ୍ଦୁଲକର, ଏମ୍ ଏସ୍ ଧୋନି, ସୂର୍ଯ୍ୟ କୁମାର ଯାଦବ ଓ ସ୍ମୃତି ମନ୍ଧାନା ମଧ୍ୟ ଜିଓସିନେମା ସହ ହାତ ମିଳାଇଛନ୍ତି।

Related Articles

Leave a Reply

Your email address will not be published.

Back to top button