ଭୁବନେଶ୍ବରରୁ ନକଲି ଡାକ୍ତର ଗିରଫ

ଭୁବନେଶ୍ୱର: ରାଜଧାନୀରେ କିିଛିିଦିନର ବ୍ୟବଧାନରେ ପୁଣି ଜଣେ ନକଲି ଡାକ୍ତର ଧରାପଡିଛନ୍ତି । ଏକ ଘରୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଡାକ୍ତର ଥିବା ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ 1 ଲକ୍ଷ 30 ହଜାର ଟଙ୍କା ଠକି ନେଇଛି ନକଲି ଡାକ୍ତର । ଅଭିଯୋଗ ହେବା ପରେ ମଞ୍ଚେଶ୍ୱର ଥାନା ପୋଲିସ ସମ୍ପୃକ୍ତ ଅଭିଯୁକ୍ତକୁ ଗିିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ପୁରୀ ଜିଲ୍ଲା ସଦର ଥାନା ଅଞ୍ଚଳର ଚିନ୍ମୟ କୁମାର ସାହୁ ଓରଫ ଜଗଦେବ ସାହୁ (30) । କୋର୍ଟଚାଲାଣ ପରେ ଅଭିଯୁକ୍ତ ଚିନ୍ମୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଅଭିଯୋଗକାରିଣୀ ଯୁବତୀ ଜଣକ ଭୁବନେଶ୍ୱରର ଏକ ଘରୋଇ ମେଡିକାଲ କଲେଜରେ ମେଡିକାଲ ଅଫିସର ଭାବେ ଚାକିରି କରୁଛନ୍ତି । ସେ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ରଙ୍ଗମାଟିଆ ଅଞ୍ଚଳରେ ଭଡାଘର ନେଇ ରହୁଛନ୍ତି । ବିବାହ କରିବାକୁ ସେ ଏକ ୱେବସାଇଟ୍‌ରେ ପଞ୍ଜୀକୃତ କରିଥିଲେ । ସେଠାରେ ଗତ ଡିିସେମ୍ବର 9ରେ ଯୁବତୀ ଜଣଙ୍କ ପୁରୀ ସଦର ଥାନା ଅଞ୍ଚଳର ଚିନ୍ମୟ କୁମାର ସାହୁର ସଂସ୍ପର୍ଶରେ ଆସିଥିଲେ । ଚିନ୍ମୟ ନିଜକୁ “ଅଭିଜିତ ମିଶ୍ର” ଭାବରେ ମିଛ ପରିଚୟ ଦେଇଥିଲା । ସେ ପୁଣେରେ ଡାକ୍ତର ଥିବା ମିିଛ କହି ଯୁବତୀଙ୍କୁ ଫସାଇଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button