କୋରୋନା: ରାଜ୍ୟରେ ୬ ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର:  ଗତ ୨୪ ଘଣ୍ଟାରେ ରାଜ୍ୟରୁ ୬ ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜିର ସଂକ୍ରମିତଙ୍କୁ ମିଶାଇ ମୋଟ ସକ୍ରିୟ ସଂଖ୍ୟା ୨୬କୁ ବୃଦ୍ଧି ପାଇଛି । ଗୁରୁବାର ରାଜ୍ୟରେ ୨ ଜଣ ଜେଏନ୧ ସଂକ୍ରମିତ ଚିହ୍ନଟ ହୋଇଥିଲେ । ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟୁଛି । ତେବେ ୨୪ ଘଣ୍ଟାରେ ୫୦୦ ଜଣଙ୍କର ଟେଷ୍ଟ କରାଯାଇଥିଲା ବେଳେ ୬ ଜଣଙ୍କର ନମୁନା ପଜିଟିଭ ଆସିଛି । ତେବେ ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ଶୂନ ରହିଛି । ରାଜ୍ୟରେ କୋଭିଡ ଟେଷ୍ଟିଂ ବଢାଯାଇଛି । ବର୍ତ୍ତମାନ ରାଜ୍ୟରେ ଯେଉଁ ଆକ୍ଟିଭ ଆକ୍ରାନ୍ତ ରହିଛନ୍ତି ସେମାନେ ସମସ୍ତେ ହୋମ ଆଇସୋଲେସନରେ ଅଛନ୍ତି । ତେଣୁ ଏଥିରେ ଆତଙ୍କିତ ହେବାର ନାହିଁ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ତେବେ ଆଗକୁ ବଢ଼ିବା ନେଇ ସ୍ଥିତି ଅନୁଧ୍ୟାନ କରାଯାଉଛି । ଜାତୀୟ ସ୍ତରୀୟ ତଥ୍ୟ ଅନୁସାରେ ଯେଉଁମାନେ ଆକ୍ରାନ୍ତ ରହୁଛନ୍ତି ସେମାନେ ୯୨% ରୁ ଊର୍ଦ୍ଧ୍ବ ହୋମ ଆଇସୋଲେସନରେ ଅଛନ୍ତି । ଆଉ ଯେଉଁମାନେ ମେଡିକାଲରେ ଆଡମିଟ ହେଉଛନ୍ତି ଓ ମେଜରିଟି ଡେଥ୍ ମଧ୍ୟ କୋମଅର୍ବିଟ କଣ୍ଡିସନ ପାଇଁ ହେଉଛି ବୋଲି କୁହାଯାଇଛି । ଏପଟେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଜେଏନ୧ ସଂକ୍ରମିତ । ରାଜ୍ୟରେ ଦୁଇ ଜଣ କୋରୋନାର ନୂଆ ଭାରିଆଣ୍ଟ ଜେଏନ୧ ସଂକ୍ରମିତ ହୋଇଛନ୍ତି । ଦୁଇ ଜଣଙ୍କ ମଧ୍ୟରୁ ଜଣେ ସୁନ୍ଦରଗଡ ବାସିନ୍ଦା ହୋଇଥିବା ବେଳେ ଅନ୍ୟ ଜଣେ ଭୁବନେଶ୍ବର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଦୁଇ ଜଣଙ୍କର ଟ୍ରାଭେଲ ହିଷ୍ଟ୍ରି କେରଳ ସହ ରହିଛି । ରାଜ୍ୟରେ କୋଭିଡ ସଂକ୍ରମିତ ଚିହ୍ନଟ ହେବା ପରେ ସମସ୍ତଙ୍କର ଜିନୋମ ସିକ୍ବେନ୍ସିଂ ପାଇଁ ପଠାଯାଉଥିବା ନେଇ କୁହାଯାଇଛି ।

Related Articles

Leave a Reply

Your email address will not be published.

Back to top button