ଭାରତ ଉପରେ ଆକ୍ରମଣ କରିପାରେ ଚାଇନା !

ଋଷିଆ ଓ ୟୁକ୍ରେନ ଯୁଦ୍ଧ ଉପରେ ଚାଇନା ନଜର ରଖିଛି  । ଯଦି ଋଷ ଯୁଦ୍ଧରେ ସଫଳ ହୁଏ ତେବେ ଭାରତ ଉପରେ  ଚାଇନା ଆକ୍ରମଣ କରିବାର ସୁଯୋଗ ଖୋଜିବ  । ଏଭଳି ସଂକେତ ଦେଇଛନ୍ତି ଆମେରିକାର ପ୍ରତିରକ୍ଷା ସଚିବ ଜିମ ମାଟିସ  । ରାଇସିନା ଡାଇଲଗର ଏକ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରି ଜିମ ମାଟିସ ଏହା କହିଛନ୍ତି  । ଏହି ଆଲୋଚନା ଚକ୍ରରେ ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ଅନୀଲ ଚୌହ୍ୱାନ ଓ ଅଷ୍ଟ୍ରେଲିଆ ଡିଫେନ୍ସ ଫୋର୍ସ ଚିଫ ଜେନେରାଲ ଅଙ୍ଗସ ଜେ କାମ୍ପବେଲ ବି ଉପସ୍ଥିତ ଥିଲେ  । ଆଲୋଚନା କାଳରେ ମାଟିସ କହିଥିଲେଯେ, ଚାଇନାର ମୁକାବିଲା ପାଇଁ ଆମେରିକା ପ୍ରସ୍ତୁତ ଅଛି ବୋଲି ନିଃସନେ୍ଦହରେ କୁହାଯାଇପାରିବ  । ଋଷିଆ ବିରୋଧରେ ଆମେରିକା ୟୁକ୍ରେନକୁ ସହଯୋଗ ଜାରି ରଖିବ  । ସେହିପରି ଚାଇନା ମଧ୍ୟ ଏହି ଯୁଦ୍ଧ ଉପରେ ନଜର ରଖିଛି  । ଯଦି ଋଷିଆ ଏହି ଯୁଦ୍ଧରେ ସଫଳ ହେବା ସହ ୟୁକ୍ରେନକୁ ଦଖଲ କରେ ତେବେ   ଏଲଏସି ନିକଟରେ ଚାଇନା ଆକ୍ରମଣ କରିବା ପାଇଁ ଉତ୍ସାହିତ ହେବ । ଯୁଦ୍ଧର ତିନି ମାସ ମଧ୍ୟରେ ୟୁକ୍ରେନ ଦଖଲରେ ଋଷିଆ ସଫଳ ହୋଇପାରିଥା’ନ୍ତା  । କିନ୍ତୁ ପାଶ୍ଚାତ୍ୟ ଦେଶଗୁଡ଼ିକ ୟୁକ୍ରେନକୁ ସହାୟତା ଦେବାରୁ ଋଷିଆ ପଛକୁ ଘୁଂଚିବାକୁ ବାଧ୍ୟ ହୋଇଛି  । ଏହାଛଡ଼ା ପୁଟିନ ଆଣବିକ ଅସ୍ତ୍ରଶସ୍ତ୍ର କଥା କହୁଛନ୍ତି, କିନ୍ତୁ ସୋଭିଏଟ ୟୁନିୟନର ପଲଟିବୁ୍ୟରୋ ଏହା କେବେ କରିନଥିଲେ  । ପରମାଣୁ ନିରୋଧୀ ଚୁକ୍ତିକୁ ଆମେ ଫେରିବା ଉଚିତ ହେବବୋଲି ସେ କହିଛନ୍ତି  । ଅପରପକ୍ଷରେ ଭାରତୀୟ ସେନା ଅତ୍ୟାଧୁନିକ ପ୍ରଯୁକ୍ତିର ଆବଶ୍ୟକତା କରୁଛି  । ଆଣବିକ ଅସ୍ତ୍ରଶସ୍ତ୍ର ପ୍ରୟୋଗ ନକରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱ ଦେଉଛନ୍ତି  । ଋଷିଆ ସହ ଭାରତର ଭଲ ସମ୍ପର୍କ ରହିଛି  । ତେଣୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ବାର୍ତା ନିଶ୍ଚିତ ଭାବେ ଫଳପ୍ରଦ ହେବ । ସେଥିପାଇଁ ସେ ମୋଦିଙ୍କୁ ଧନ୍ୟବାଦ ଦେଉଛନ୍ତି ବୋଲି ମାଟିସ କହିଛନ୍ତି  ।

Related Articles

Leave a Reply

Your email address will not be published.

Back to top button